ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ୍ ପ୍ରସଙ୍ଗ : ବିଜେପି ଓ ବିଜେଡିକୁ ଟାର୍ଗେଟ୍ କଲା କଂଗ୍ରେସ, ବିଜେପି କହିଲା ଶସ୍ତା ମନ୍ତବ୍ୟ, ସମଦୂରତା ନୀତି କଥା ଦୋହରାଇଲା ବିଜେଡି

Published By : Prameya-News7 Bureau | November 07, 2020 IST

ଭୁବନେଶ୍ବର ୭।୧୧: ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ପ୍ରସଙ୍ଗରେ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ । ବିଜେପି-ବିଜେଡି ଗୋଟିଏ ଦଳ ବୋଲି ଯେଉଁ ଅଭିଯୋଗ କଂଗ୍ରେସ କରୁଥିଲା ତାହା ଜୀବନଙ୍କ ଅଡିଓ ଟେପ୍ ପ୍ରମାଣିତ କରିଛି । ଚିଟଫଣ୍ଡ ସ୍କାମ୍ ଭଳି ବିଭିନ୍ନ ଦୁର୍ନୀତିରେ ସୁରକ୍ଷା ପାଇଁ ଉଭୟ ଏକାଠି ହୋଇଛନ୍ତି । ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଅନ୍ୟପଟେ ବିଜେପି କହିଛି ଏଭଳି ମନ୍ତବ୍ୟ ଜଣେ ବରିଷ୍ଠ ନେତାଙ୍କ ମୁହଁରେ ସମୀଚିନ ନୁହେଁ । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶସ୍ତା ମନ୍ତବ୍ୟ ଦେଇ ସେ ନିଜର ବିଶ୍ବସନୀୟତା ହରାଇଛନ୍ତି । କଂଗ୍ରେସ ନିଜର ସ୍ଥିତି ଜାହିର କରିବାକୁ ଏଭଳି କହୁଛି ।

ବିଜେଡି କହିଛି ବାଲେଶ୍ବରରେ ଦଳୀୟ ପ୍ରାର୍ଥୀ ହେବାକୁ ଜୀବନ ପ୍ରଦୀପ ଆଶାୟୀ ଥିଲେ । ଟିକେଟ ନ ପାଇବାରୁ ସେ ଏଭଳି କହିଛନ୍ତି । ଯେତେବେଳେ ୨୦୧୯ରେ ସେ ଟିକେଟ୍ ପାଇ ବିଜେପି ବିରୋଧରେ ଲଢୁଥିଲେ ସେତେବେଳେ କାହିଁ ଏ କଥା କହୁ ନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସ୍ବାର୍ଥରେ ବାଧା ଆସିବାରୁ ସେ ଏଭଳି କହିଛନ୍ତି । ଆମେ ସବୁବେଳେ ବିଜେପି ଆଉ କଂଗ୍ରେସଠୁ ସମଦୂରତା ରକ୍ଷା କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.