କଂଗ୍ରେସ ଭବନରେ ଗଣ୍ଡଗୋଳ କରିଥିବା ଯୁବ କଂଗ୍ରେସ କର୍ମୀଙ୍କୁ ଖୋଜୁଛି ପୋଲିସ, ଧରା ପଡିଲେ ୬ ବର୍ଷ ସସ୍ପେଣ୍ଡ : ଏପଟେ ସୁର କହିଲେ ଏଇଟା ଆମର ପୁରୁଣା ରୋଗ

Published By : Prameya-News7 Bureau | June 24, 2020 IST

ଭୁବନେଶ୍ୱର ୨୪/୦୬ : କଂଗ୍ରେସ ଭବନ ଗଣ୍ତଗୋଳ ଯୁବ କଂଗ୍ରେସ କର୍ମୀଙ୍କୁ ମହଙ୍ଗା ପଡିଲା । ଗଣ୍ଡଗୋଳକାରୀଙ୍କୁ ୬ ବର୍ଷ ପାଇଁ ସସପେଣ୍ତ କରାଯିବ। ଆସନ୍ତା କାଲି ବସିବ ଶୃଙ୍ଖଳା କମିଟି ବୈଠକ । ଏପଟେ ପ୍ରଦୀପ ମାଝୀ ଗଣ୍ତଗୋଳ ପାଇଁ ଏଆଇିସିସି କୁ ଦାୟୀ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଏହା କଂଗ୍ରେସ ପୁରୁଣା ରୋଗ।….

wp:html /wp:html

ଯିଏ ଗଣ୍ଡଗୋଳ କରିଥିଲା, ଟେକାପଥର ମାଡ଼ କରିଥିଲା, ଧସ୍ତାଧସ୍ତି କରିଥିଲା, ଖଣ୍ଡା ବୁଲାଇଥିଲା ସେମାନଙ୍କୁ ଭିଡିଓ ଦେଖି ଠାବ କରୁଛି କଂଗ୍ରେସ । ୬ ବର୍ଷ ପାଇଁ ସସ୍‌ପେଣ୍ଡ ହେବେ । ଏନେଇ ଆଜି ସଫାସଫା ଶୁଣାଇ ଦେଇଛନ୍ତି ଅଲ ଇଣ୍ତିଆ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ । ଏପରିକି ଯେଉଁ ମାନେ ନବ ନିର୍ବାଚିତ ସଭାପତସିଙ୍କୁ କଂଗ୍ରେସ ଭବନରେ ପୁରାଇ ଦେଇନାହାନ୍ତି ସେମାନେ ଦଳ ସହିତ ବିଶ୍ବସଘାତକତା କରିଛନ୍ତି ବୋଲି ସେ କହିଛନ୍ତି। ଏପଟେ ପସିସି ସଭାପତି ଗଠନ କରିଥିବା ଶୃଙ୍ଖଳା କମିଟିର ବୈଠକ ଆସନ୍ତା କାଲି ବସିବ । ତଦନ୍ତ କରାଯିବ ଏହା ସହ ବୁଝାମଣା କରି ଆଗକୁ କଭଳି ଯୁବକଂଗ୍ରେସ ଏକାଠି କାମ କରିବ ସେନେଇ ବାଟ ଖୋଜିବ କମିଟି । ଆସନ୍ତା ୪ ଦିନ ଭିତରେ କମିଟି ଏହି ରିପୋର୍ଟ ପିସିସି ସଭାପତିଙ୍କୁ ଦେବ ବୋଲି କହିଛନ୍ତି କମିଟି ସଦସ୍ୟ।

ଯୁବ କଂଗ୍ରେସର ଏଭଳି ଗଣ୍ତଗୋଳ ପାଇଁ ଏଆଇସିସିକୁ ଦାୟୀ କରିଛନ୍ତି ପ୍ରଦୀପ ମାଝୀ । ଏଆଇସିସି ପସିସି ସହିତ ସମନ୍ବୟ ରକ୍ଷାକରୁ ନି କି ବିଶ୍ବାସକୁ  ନେଉନାହିଁ ।  ଯେଉଁ କାରଣ ପାଇଁ ଓଡିଶା କଂଗ୍ରେସରେ ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି  ଖଣ୍ତା ବୁଲାଇବା, ଗଣ୍ତଗୋଳ  କରିବା କଂଗ୍ରେସର ପୁରୁଣା ରୋଗ।

ବାରମ୍ବାର କଂଗ୍ରେସ ଭବନରେ ଏମିତି  ଗଣ୍ତଗୋଳ ହେଉଛି । ହେଲେ ପୂର୍ବ ଗଣ୍ଡଗୋଳରେ ଏଯାଏଁ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସାମ୍ନାକୁ ଆସିଲା ନାହିଁ । ଯେଉଁଥିପାଇଁ କର୍ମୀ ଭିଆଉଛନ୍ତି ଗୋଟାକ ପରେ ଗୋଟାଏ କାଣ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.