ମୋଦୀଙ୍କ ୯ ମିନିଟ୍ ଓ ଦୀପ ଜଳାଇବା ଅପିଲକୁ ପ୍ରଶ୍ନ କଲା କଂଗ୍ରେସ, ଗରିବଙ୍କ ପାଇଁ ଆର୍ଥିକ ଯୋଜନା ଘୋଷଣା କରିବାକୁ ଦେଲା ଆହ୍ଵାନ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ ୦୩।୦୪- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୫ ରବିବାର ରାତି ୯ଟାରେ ଘରର ବାଲକୋନୀରେ ଦୀପ ଜଳାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍ ପରେ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପଟେ ଅଧିକାଂଶ ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଲୋକ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି କ୍ରମରେ କଂଗ୍ରେସ ଆନୁଷ୍ଠାନିକ ଟୁଇଟର ଆକାଉଣ୍ଟରେ ଅନେକ୍ ଟୁଇଟ୍ କରି ମୋଦୀ ସରକାରଙ୍କ ଉପରେ ହମଲା କରିଛି।

କଂଗ୍ରେସ ଆଇସିୟୁ ବେଡ୍ସ, ଭେଣ୍ଟିଲେଟର୍ସ, ଟେଷ୍ଟ କିଟ୍ ଓ ମେଡିକାଲ ଉପକରଣର ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ଉପରେ ଟାର୍ଗେଟ୍ କରିଛି। କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନଅ ମିନିଟ୍ ଓ ଦୀପ ଜଳାଇବା ଅପିଲ୍ ଉପରେ ତାତ୍ସଲ୍ୟ କରିବା ସହିତ ବ୍ୟବସ୍ଥାର  ଶୋଚନୀୟତା ଉଜାଗର କରିବାକୁ ଚେଷ୍ଟା କରିଛି।

କଂଗ୍ରେସର କହିବା କଥା ଏହି ସବୁ ପ୍ରଶ୍ନରୁ ପ୍ରଧାନମନ୍ତ୍ରୀ ମୋଦୀ ଲୁଚିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ୍ ଯେଉଁ ସବୁ ଟୁଇଟ୍ କରି ସେଥିରେ ପ୍ରଶ୍ନ ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଦେଇଛି।

wp:core-embed/twitter {"url":"https://twitter.com/INCIndia/status/1246044780141973505?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246044780141973505\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-lockdown-congress-attacks-pm-narendra-modi-diya-appeal-1-1177427.html","type":"rich","providerNameSlug":"twitter","className":""}
https://twitter.com/INCIndia/status/1246044780141973505?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246044780141973505&ref_url=https%3A%2F%2Faajtak.intoday.in%2Fstory%2Fcoronavirus-lockdown-congress-attacks-pm-narendra-modi-diya-appeal-1-1177427.html
/wp:core-embed/twitter

କଂଗ୍ରେସ ପ୍ରଶ୍ନ କରିଛି ଯେ, ଆମର ସ୍ଵାସ୍ଥ୍ୟକର୍ମୀଙ୍କୁ ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ବାରମ୍ବାର ଦାବି କରାଯାଉଛି। ମାତ୍ର ସରକାର ଦ୍ଵାରା ଏହାକୁ ଅଣଦେଖା କରାଯାଉଛି। ଏହି ଯୁଦ୍ଧରେ ଲଢେଇ କରୁଥିବା ଲୋକଙ୍କ ପ୍ରତି ଏମିତି ଆଭିମୁଖ୍ୟ ସେମାନଙ୍କର ଜୀବନକୁ ବିପଦରେ ପକାଇପାରେ।

କଂଗ୍ରେସ ଅନ୍ୟ ଟୁଇଟରେ ଲେଖିଛି ଯେ, ପରୀକ୍ଷଣ କ୍ଷମତାକୁ ବଢାଇବାର ଆବଶ୍ୟକତା ରହିଛି ମାତ୍ର ବର୍ତ୍ତମାନ ପରୀକ୍ଷଣ କ୍ଷମତାର ପୂରା ବ୍ୟବହାର କରାଯାଉ ନାହିଁ। ସରକାର କାହାକୁ ଅପେକ୍ଷା କରିଛନ୍ତି। ଏହା ସହିତ ଟୁଇଟରେ ପ୍ରଶ୍ନ କରାଯାଇଛି ଯେ, ସରକାର ବିଶେଷଜ୍ଞଙ୍କ କଥାକୁ କଣ ପାଇଁ ଅଣଦେଖା କରୁଛନ୍ତି ଏବଂ ଟେଷ୍ଟିଂ କ୍ଷମତା ବଢାଇବାକୁ କଣ ପାଇଁ ମନା କରୁଛନ୍ତି।

wp:core-embed/twitter {"url":"https://twitter.com/INCIndia/status/1246044780141973505?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246044780141973505\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-lockdown-congress-attacks-pm-narendra-modi-diya-appeal-1-1177427.html","type":"rich","providerNameSlug":"twitter","className":""}
https://twitter.com/INCIndia/status/1246044780141973505?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246044780141973505&ref_url=https%3A%2F%2Faajtak.intoday.in%2Fstory%2Fcoronavirus-lockdown-congress-attacks-pm-narendra-modi-diya-appeal-1-1177427.html
/wp:core-embed/twitter

ଏହା ସହିତ କଂଗ୍ରେସ ନିଜର ପରବର୍ତ୍ତୀ ଟୁଇଟରେ ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଆଇସୋଲେସନ ଓ୍ଵାର୍ଡର ସଂଖ୍ୟା ବଢାଇବା ସଂପ୍ରତି ଅତି ମହତ୍ଵପୂର୍ଣ୍ଣ ଥିବା କହିଛି। କଣ ସରକାର କ୍ଷମତା ବଢାଇବେ ଏବଂ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.