ରାଜସ୍ଥାନ ରାଜନୀତି : ସଚ୍ଚିନ୍ ପାଇଲଟ୍‌ଙ୍କୁ କଂଗ୍ରେସର ପରାମର୍ଶ- 'ନିଜ ଘରକୁ ଫେରି ଆସ'

Published By : Prameya-News7 Bureau | July 15, 2020 IST

ଜୟପୁର ୧୫/୦୭ : ରାଜସ୍ଥାନ ରାଜନୀତିରେ ସଙ୍କଟ ଓ ସଚିନ ପାଇଲଟ ବିଜେପିରେ ସାମିଲ ହେବେନାହିଁ ବୋଲି ଘୋଷଣା କରିବା ପରେ କଂଗ୍ରେସ ପୁଣିଥରେ ତାଙ୍କୁ ଦଳକୁ ଫେରିବାକୁ ଅପିଲ କରିଛନ୍ତି | ବୁଧବାର ଦିନ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ  କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେବାଲା ବିଜେପି ଉପରେ ଆରୋପ ଲଗାଇଥିଲେ ଯେ, ବିଜେପି ରାଜସ୍ଥାନ ଅଶୋକ ଗେହଲତ ସରକାରଙ୍କୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି | ରଣଦୀପ ସୁରଜେବାଲା କହିଛନ୍ତି ଯେ, ଗତ ୨୪ ଘଣ୍ଟାର ଘଟଣାକ୍ରମରେ ପ୍ରମାଣିତ ହୋଇଛି ଯେ ଜନତା ବାଛିଥିବା ସରକାରଙ୍କୁ ବିଜେପି ଭାଙ୍ଗିବାକୁ ଚେଷ୍ଟା କରୁଛି | କିନ୍ତୁ ବିଜେପି ଏଥିରେ ସଫଳ ହୋଇନାହିଁ | ବିଜେପିକୁ ରାଜସ୍ଥାନର ଜନମତ ସାମ୍ନାରେ ଅସ୍ତ୍ର ପକାଇବାକୁ ପଡିଛି | ସଚ୍ଚିନ ପାଇଲଟ ବିଜେପିରେ ସାମିଲ ହେଉନାହାନ୍ତି ବୋଲି ମିଡ଼ିଆ ରିପୋର୍ଟ ଜଣାପଡ଼ିଥିବା ସେ କହିଛନ୍ତି | ଯଦି ସତରେ ସଚ୍ଚିନ ବିଜେପିରେ ସାମିଲ ହେବାକୁ ଚାହୁଁ ନାହାନ୍ତି ତାହେଲେ ହରିୟାଣା ବିଜେପି ସରକାରଙ୍କ ଅତିଥି ସତ୍କାର ଅସ୍ୱୀକାର କରନ୍ତୁ ଏବଂ ନିଜ ଘର ଜୟପୁରକୁ ଫେରି ଆସନ୍ତୁ ବୋଲି ସେ କହିଛନ୍ତି |

କଂଗ୍ରେସ ଦଳର ପକ୍ଷ ରଖି ରଣଦୀପ ସୁରଜେବାଲା କହିଛନ୍ତି ଯେ, ସଚ୍ଚିନ ପାଇଲଟ ଓ ଅନ୍ୟ ସାଥୀଙ୍କୁ ଅନେକଥର ପଚରାଯାଇଛି | ଵିଚାରିକ ମତଭେଦ ଥିଲେ ପାର୍ଟି ଫୋରମ ଉପରେ କଥାବାର୍ତ୍ତା କରିପାରିବ | ଉଦାର ହୃଦୟ ସହ ସମସ୍ତଙ୍କ ସମସ୍ୟା ଶୁଣିବାକୁ ଓ ସମାଧାନ ବାଟ ବାହାର କରିବାକୁ ସମସ୍ତେ ପ୍ରସ୍ତୁତ | ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ଅନେକଥର ନିମନ୍ତ୍ରଣ କରାଯାଇଛି | ବହୁମତ ଅଛି ଯଦି ପ୍ରମାଣ କରନ୍ତୁ ବୋଲି ସେ କହିଛନ୍ତି | 

ସୁରଜେବାଲା ଆଗକୁ କହିଛନ୍ତି ଯେ, ମୋତେ ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ, ଯୁବ ବୟସରେ ତାଙ୍କୁ ଅନେକ ପଦବୀ ଦିଆଗଲା | ସାଂସଦ, କେନ୍ଦ୍ରମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଦିଆଯାଇଛି | ସମ୍ଭବତଃ କୌଣସି ରାଜନୈତିକ ଦଳ ଏହିଭଳି କେଉଁ ନେତାଙ୍କୁ ଏତେ ଆଗକୁ ବଢିବାକୁ ଦେଇଥିବ | ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ମଧ୍ୟ ଚେଷ୍ଟା କରିଥିଲେ ଯେ ଘର ଲୋକ ଘରେ ହିଁ ପକ୍ଷ ରଖୁ କିନ୍ତୁ ତାହା ହେଲାନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.