ଭୁବନେଶ୍ବର ୨୫/୩: କଂଗ୍ରେସ ୪ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଉରକେଲା ଆସନର ପ୍ରାର୍ଥୀଙ୍କୁ ବଦଳାଇଛି କଂଗ୍ରେସ ପୂର୍ବରୁ ଦଳ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଥିଲା। ମୁକ୍ତିକାନ୍ତ ନିଜ ଆଡ଼ୁ ପ୍ରାର୍ଥୀ ହେବେନାହିଁ ବୋଲି କହିବା ପରେ ସେଠାରେ ବୀରେନ ସେନାପତିଙ୍କୁ ଦଳ ପ୍ରାର୍ଥୀ କରିଛି। ହିଞ୍ଜିଳିରେ ଶମ୍ଭୂନାଥ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଫଳରେ ଏବେ ନବୀନଙ୍କ ବିରୁଦ୍ଧରେ ଲଢ଼ିବେ ବିଜେପିରୁ ପୀତାମ୍ବର ଆଚାର୍ଯ୍ୟ ଏବଂ କଂଗ୍ରେସରୁ ଶମ୍ଭୂନାଥ ପାଣିଗ୍ରାହୀ । ସେହିଭଳି ଜି.ଉଦୟଗିରିରୁ ଶ୍ୟାମାଘନ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ପାଟଣାଗଡ଼ରୁ ରମେଶ ପୁରୋହିତଙ୍କୁ ପ୍ରାର୍ଥୀ କରାଯାଇଛି।
ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ...