Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ପରେ ହେବ ନନ୍ଦିଗ୍ରାମ ନିଷ୍ପତ୍ତି

6/03/2021 at 10:47 PM

କୋଲକାତା ୦୬/୦୩: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଉଠୁଛି ପଡ଼ୁଛି। ନିର୍ବଚନ ତାରିଖ ଯେତିକି ପାଖଉଛି ସସ୍‌ପେନ୍ସ ସେତିକି ବଢ଼ୁଛି। ଏହାରି ଭିତରେ ଦଳ ଗୁଡ଼ିକ ନିଜ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି। ଶନିବାର ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ନିଜର ୧୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ସେଥିମଧ୍ୟରୁ ୫ ଆଶାୟୀ ପ୍ରଥମ ଚରଣରେ ଲଢ଼ିବାକୁ ଥିବା ବେଳେ ୮ ଜଣ ଦ୍ବିତୀୟ ଚରଣ ନିର୍ବାଚନରେ ଲଢ଼ିବେ।

କଂଗ୍ରେସ ପୂର୍ବରୁ ବିଜେପି ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ଲିଷ୍ଟରେ ହାଇ ପ୍ରୋଫାଇଲ ବିଧାନସଭା ସିଟ୍‌ ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା କରିଥିବା ବେଳେ ଏହି ସିଟ୍‌ରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। କଂଗ୍ରେସ ମୋୟନା ସିଟରେ ମାଣିକ ଭୌମିକଙ୍କୁ ଟିକେଟ୍‌ ଦେଇଛି। ଏହି ସିଟ୍‌ରେ ବିଜେପି ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡାଙ୍କୁ ପ୍ରାର୍ଥୀ କରିଛି।

ବାଘୁମୁଣ୍ଡି ସିଟରେ କଂଗ୍ରେସର ପ୍ରାର୍ଥୀ ନେପାଳ ମହତୋ ହୋଇଥିବା ବେଳେ ବିଜେପି ଏହି ସିଟ୍‌କୁ ଆଜସୁ ପାଇଁ ଛାଡ଼ିଛି। ପଶ୍ଚିମବଙ୍ଗରେ କଂଗ୍ରେସ, ବାମ ମୋର୍ଚ୍ଚା ସହ ମିଶି ନିର୍ବାଚନ ଲଢ଼ିବ। ବାମ ମୋର୍ଚ୍ଚା ଆବଣ୍ଟିତ ସିଟ୍‌ଗୁଡ଼ିକ ପାଇଁ ନିଜ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛି। ସେପଟେ କିଛି ସିଟ୍‌ରେ ଭାଗ ଛିଡ଼ିନଥିବା ବେଳେ ପରେ ଆଲୋଚନା ହେବ। ଏନେଇ ପ୍ରାର୍ଥୀ ଘୋଷଣା ପରେ ହେବ ବୋଲି ବାମ ମୋର୍ଚ୍ଚା ଅଧ୍ୟକ୍ଷ ବିମାନ ବୋଷ କହିଛନ୍ତି। ଏହି ସିଟ୍‌ ମଧ୍ୟରେ ନନ୍ଦିଗ୍ରାମ ସାମିଲ ଅଛି।

   Related Posts