ମଧ୍ୟ ପ୍ରଦେଶ ଉପ ନିର୍ବାଚନ: ୧୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ
11/09/2020 at 4:05 PM

ଭୋପାଲ ୧୧/୦୯ : ମଧ୍ୟ ପ୍ରଦେଶ ଉପନିର୍ବାଚନ ପାଇଁ କଂଗ୍ରେସ ନିଜର ୧୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି | ଅଖିଳ ଭାରତୀୟ କଂଗ୍ରେସ କମିଟି ଏହି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି | ଦିମନୀରୁ ରବୀନ୍ଦ୍ର ସିଂହ ତୋମାର, ଅଂବାହରୁ ସତ୍ୟ ପ୍ରକାଶ ସିକରବାର, ଗୋହଦରୁ ମେବାରାମ ଜାଟବ, ଗ୍ୱାଲିୱରରୁ ସୁମିଲ ଶର୍ମା, ଡବରାରୁ ସୁରେଶ ରାଜେ, ଭାଣ୍ଡେରରୁ ଫୁଲ ସିଂହ ବରେୟା, କରେରାରୁ ପ୍ରାଗି ଲାଲ ଜାଟବ୍, ବମୋରିରୁ କହ୍ନେୟା ଲାଲ ଅଗ୍ରୱାଲ, ଅଶୋକନଗରରୁ ଆଶା ଡୋରେ, ଅନୁପପୁରରୁ ବିଶ୍ୱନାଥ ସିଂହ, ଗୁଞ୍ଜନ, ସାଞ୍ଚିରୁ ମଦନ ଲାଲ ଚୌଧୁରୀ, ଆଗାରରୁ ବିପିନ ବାନଖେଡ୍, ହାଟପିପଲିୟାରୁ ରାଜୀବ ସିଂହ ବାଘେଲ, ନେପନଗରରୁ ରାମ କିଷାନ ପଟେଲ, ସାମ୍ବେରରୁ ପ୍ରେମଚାନ୍ଦ ଗୁଡ୍ଡୁଙ୍କ ନାଁ ଘୋଷଣା କରାଯାଇଛି |

ଦଳ ମହାସଚିବ ମୁକୁଲ ବାସନିକଙ୍କ ତରଫରୁ ତାଲିକା ଜାରି କରାଯାଇଛି | କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି | ରାଜ୍ୟରେ ୨୭ ଆସନରେ ଉପ ନିର୍ବାଚନ ହେବ | ସିନ୍ଧିଆ ସମର୍ଥକ ଏବଂ ଅନ୍ୟ କିଛି ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହେବା ପରେ ଏହି ସମସ୍ତ ଆସନ ଖାଲି ରହିଛି |