Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀ ବିଧାନସଭା ନିର୍ବାଚନ: ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ସୂଚୀ, ଚାନ୍ଦିନୀ ଚୌକରୁ ଲଢିବେ ଅଳକା ଲାମ୍ବା

18/01/2020 at 10:20 PM

ନୂଆଦିଲ୍ଲୀ ୧୮।୧:  ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଶନିବାର କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୫୪ଟି ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ଦିଲ୍ଲୀ ଚାନ୍ଦିନୀ ଚୌକରୁ ଆମଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ପ୍ରତିଦ୍ୱନ୍ଦ୍ୱୀତା କଂଗ୍ରେସ ଟିକେଟ୍ ଦେଇଛି।

ଏହି ଆସନରୁ ଗତ ବିଧାନସଭା ନିର୍ବାଚନରେ ଅଲକା ଲାମ୍ବା ଆମଆଦମୀ ପାର୍ଟି ଲାଗି ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ତେବେ ପରେ ସେ ଆପ୍ ଛାଡି କଂଗ୍ରେସରେ ଯୋଗଦେଇଥିବା ବେଳେ ନିଜ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତାର ସୁଯୋଗ ପାଇଛନ୍ତି। ଏଠାରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ପ୍ରହ୍ଲାଦ ସିଂହ ଓ ବିଜେପିର ସୁମନ କୁମାର ଗୁପ୍ତା ଏଠାରେ ଅଳକାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରିବେ।

ଅତୀତରେ ଅଳକା ଏହି ଆସନରୁ ଆମ ଆଦମୀ ବିଧାୟିକା ଥିବା ବେଳେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସହ ମନାନ୍ତର ହୋଇଥିଲା। ସେ ଇସ୍ତଫା ଧମକ ବି ଦେଇଥିଲେ, ହେଲେ କେଜରୀୱାଲ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରିବାରୁ ଶେଷରେ କର୍ମୀଙ୍କ ସହ ଆଲୋଚନା କରି ଅଳକା ଦଳରୁ ଇସ୍ତଫା ଦେଇଥିଲେ।

   Related Posts