Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କଂଗ୍ରେସ ଓ ବାମପନ୍ଥୀଙ୍କର ଭାରତ ଅପେକ୍ଷା ପାକିସ୍ତାନରେ ଲୋକପ୍ରିୟତା ଅଧିକ ; ଅରୁଣ ଜେଟଲୀ

10/03/2019 at 4:52 PM

ନୂଆଦିଲ୍ଲୀ ୧୦/୩- ଭାରତ କାହାର ପ୍ରତିପକ୍ଷତାକୁ ଆଶ୍ରା କରିବା ଅପେକ୍ଷା ନିଜକୁ ଦୃଢ଼ କରିବା ଆବଶ୍ୟକ । ଭାରତ କାହାର ହାତଟେକାକୁ ଅପେକ୍ଷା କରିବାକୁ ପସନ୍ଦ  କରିବ ନାହିଁ । ସେଥିପାଇଁ ଦେଶର ଜଣେ ବିଜ୍ଞ ରାଜନୀତିଜ୍ଞ ଏକକ ସଂଖ୍ୟା ଗରିଷ୍ଠତାରେ ରହିବା ଦରକାର । ବିଜେପି ଦେଶର ପରିବର୍ତ୍ତନରେ ସହାୟକ ଭୂମିକା ନେଇପାରିବ ଓ ଏଥିପାଇଁ ବିଜେପିକୁ ଜନସାଧାରଣ ବେଶ୍ ପସନ୍ଦ କରୁଛନ୍ତି । ବର୍ତ୍ତମାନ ଦେଶର ପରିସ୍ଥିତିକୁ ନେଇ ଆଉଥରେ ମୋଦି ସରକାର ଦରକାର ବୋଲି ଲୋକେ ଚାହୁଁଛନ୍ତି । କିନ୍ତୁ ନିଜ ସ୍ଵାର୍ଥର ବାଧା ପଡ଼ିବା କାରଣରୁ କଂଗ୍ରେସ ଓ ବାମପନ୍ଥୀ ଦେଶର ସରକାରଙ୍କୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ଯିଏ ଦେଶର ବିକାଶକୁ ଭଲ ଆଖିରେ ଦେଖିପାରୁନାହିଁ ସେମାନେ ଦେଶପାଇଁ ଓ ଦେଶ ଜନସାଧାରଣଙ୍କ ପାଇଁ ବିରୋଧି । ଏହି ଭୂମିକାରେ ଉଭୟ ବାମପନ୍ଥୀ ଓ କଂଗ୍ରେସ ଦାୟିତ୍ବ ତୁଲାଉଛନ୍ତି ବୋଲି କହିଛନ୍ତି ଜେଟଲୀ । ସେ କହିଛନ୍ତି, ଲୋକାମାନଙ୍କର ନିକଟତର ହେଲେନାହିଁ ବୋଲି ଲୋକ ଦୂରେଇଗଲେ । ସରକାର ଗଵିବାକୁ ସମର୍ଥନ ଦେଲେନାହିଁ । ନିଜର ଲୋକପ୍ରିୟତା ହରେଇଥିବାରୁ ଲୋକମାନେ ଦ୍ଵିତୀୟଥର ସରକାରକୁ ଆସିବାକୁ ଦେଲେନାହିଁ ।

ଉଭୟ ବାମପନ୍ଥୀ ଓ କଂଗ୍ରେସ ସବୁବେଳେ ସରକାରଙ୍କୁ ବିରୋଧ କରି ପାକିସ୍ତାନକୁ ସୁହାଇଲାଭଳି କଥା କହିବା ଦେଶବିରୋଧି ଅଟେ । ଏହି କାରଣରୁ ଭାରତର ଅଧିକାଂଶ ଲୋକ ବାମ ଓ କଂଗ୍ରେସକୁ ପସନ୍ଦ କରୁନାହାଁନ୍ତି ।  

ଭାରତ ଅପେକ୍ଷା ଏହି ଦୁଇଟି ଦଳ ପାକିସ୍ତାନରେ ବେଶ ଲୋକପ୍ରିୟ । ପାକିସ୍ତାନର ଅଧିକାଂଶ ଲୋକ ଏହି ଦୁଇଟିଦଳକୁ ବେଶି ପସନ୍ଦ କରୁଛନ୍ତି । ଏହି ଦଳରେ କିଛିନେତାଙ୍କର ଭାରତବିରୋଧି ମନ୍ତବ୍ୟ ପାଇଁ ପାକିସ୍ତାନରେ ଲୋକପ୍ରିୟ ବୋଲି କହିଛନ୍ତି ଅରୁଣ ଜେଟଲୀ ।

   Related Posts