କଂଗ୍ରେସ ଓ ବିଜେପି କର୍ମୀଙ୍କୁ ମାଡ ଘଟଣା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | November 08, 2021 IST

କୁଚିଣ୍ଡା, ୮।୧୧: ଗତ ୨ ତାରିଖ  କୁଚିଣ୍ଡା ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ, ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ବେଳେ, କଂଗ୍ରେସ ଓ ବିଜେପି ପକ୍ଷରୁ କର୍ମୀ ମାନେ ପ୍ରତିବାଦ କରୁଥିବା ବେଳେ ବିଜେଡି କର୍ମୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଯୁବ କଂଗ୍ରେସ ନେତା ଆହତ ହୋଇଥିଲେ।

ଏହାର ପ୍ରତିବାଦରେ ପୃଥକ ପୃଥକ ଭାବେ ବିଜେପି ଓ କଂଗ୍ରେସ ୩ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ। ଅନ୍ୟ ପଟେ ଅଭିଯୁକ୍ତଙ୍କୁ ଗିରଫ ଦାବି କରାଯାଇଥିବା ବେଳେ ଆଜି ବରଗଡ଼ ଜିଲ୍ଲା ସୋହେଲା ଅଞ୍ଚଳର ୩ ଜଣ ସୁଶିଲ କୁମ୍ଭାର, ଦେବାନନ୍ଦ ବେହେରା ଓ ଅଜୟ ଦୀପଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.