ଯାଜପୁରରୁ ବଳ ଗୋଟାଉଛି ବିଜେଡି, ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ସାମିଲ

Published By : Prameya-News7 Bureau | October 10, 2021 IST

ଚଣ୍ଡିଖୋଲ, ୧୦/୧୦: ଯାଜପୁରରୁ ବଳ ଗୋଟାଉଛି ବିଜେଡି । ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡିରେ  ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବହୁ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବଡ଼ଚଣା ନିର୍ବାଚନ ମଣ୍ଡଳୀର ସୂଂଗୁଡ଼ା ଓ ଧାନମଣ୍ଡଳ ପଂଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ସାମିଲ ହୋଇଛନ୍ତି । ଚଣ୍ଡିଖୋଲ ଠାରେ ବଡ଼ଚଣା ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ କଂଗ୍ରେସ ଓ ବିଜେପି କର୍ମୀ ଦଳରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଏହା ଦଳକୁ ଆହୁରି ମଜବୁତ କରିବ ବୋଲି ବଡ଼ଚଣା ବିଧାୟକ କହିଛନ୍ତି । ଏହି ଉତ୍ସବରେ ସୂଂଗୁଡା ପଂଚାୟତର ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ଓ ବହୁ ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.