କେନ୍ଦ୍ରର ଚକ୍ରାନ୍ତ କଥା ଉଠାଇ ଚିଲିକାକୁ ଜାଲ ଫିଙ୍ଗିଲେ ନବୀନ, ବିଜେପି ଓ କଂଗ୍ରେସ ମାରିଲେ ତୀର

Published By : Prameya-News7 Bureau | April 19, 2019 IST

ବାଣପୁର ୧୯|୪: ନିର୍ବାଚନ ବେଳେ ଚାଉଳ ରାଜନୀତିକୁ ନେଇ ହଟଚମଟ ଚାଲିଥିବା ବେଳେ ନବୀନ ଖେଳିଛନ୍ତି ଚିଲିକା କାର୍ଡ । ଆଜି ଚିଲିକା ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ନବୀନ ଚିଲିକା ପ୍ରସଙ୍ଗ ଉଠାଇ ବିଜେପିକୁ ନିଶାନା ସାଧିଛନ୍ତି । କହିଛନ୍ତି ଚିଲିକାକୁ ବିକିବାକୁ କେନ୍ଦ୍ରର ବିଜେପି ସରକାର ଚକ୍ରାନ୍ତ କରୁଥିଲା । ସେପଟେ ନବୀନଙ୍କ ବୟାନକୁ ନେଇ ଆସିଛି ବିଜେପି ଓ କଂଗ୍ରେସର ପ୍ରତିକ୍ରିୟା।

{"id":104999}

ନଜରରେ ପୁରୀ ଲୋକସଭା ଓ ୩ ବିଧାନସଭା ଆସନ। ଚିଲିକାକୁ ଘେରି ରହିଥିବା ଲକ୍ଷ ଲକ୍ଷ ଲୋକଙ୍କ ଭୋଟ । ନେତାଏ ପାକାଇଲେଣି ଚିଲିକାରେ ଜାଲ । ରାଜନୀତି ସତରଞ୍ଜରେ ଏବେ ଚିଲିକା । କଥା ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟରୁ। ସେ ଲେଖିଛନ୍ତି, ଯେ ଚିଲିକାକୁ ବିକି ଦେବାକୁ କେନ୍ଦ୍ରର ବିଜେପି ସରକାର  ମସୁଧା କରିଥିଲେ । ଯାହାକୁ ବିଜେଡି ସରକାର ଅଟକାଇଦେଲେ ।

{"id":105000}

ନବୀନଙ୍କ କଥାର ୨ଟି ଆଧାର ଅନୁମାନ କରାଯାଉଛି। କାରଣ ୧- ଚିଲିକାରେ ପର୍ଯ୍ୟଟନର ବିକାଶ ପାଇଁ ସି-ପ୍ଲେନ ଉଡାଣ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର କରିଥିଲେ ତେଣେ ଏ ପ୍ରକଳ୍ପକୁ ବାତିଲ କରାଯାଇଥିଲା।  କାରଣ ୨ - କୋଷ୍ଟାଲ ହାଇୱେ ରେ ଚିଲିକାର କିଛି ଅଂଶକୁ ନେଇ ବି ବିବାଦ ରହିଛି। ଯେହେତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଚିଲିକା ସମେତ ବ୍ରହ୍ମଗିରି ଓ ଖୋର୍ଦ୍ଧା ବିଧାନସଭା ଆସନ ଚିଲିକାକୁ ଘେରି ରହିଛି, ପୁରୀ ଲୋକସଭା ଆସନରେ ବି ଭୋଟ ଅଛି।  ନବୀନ ଆଜି ସେହି ଅଞ୍ଚଳରେ ରୋଡସୋ କରିଥିବା ବେଳେ ଚିଲିକା ପ୍ରସଙ୍ଗ ଉଠାଇଛନ୍ତି।

{"id":105001}

 ନବୀନଙ୍କ ଏଭଳି ମନ୍ତବ୍ୟରେ ଖପ୍ପା ବିଜେପି ଓ କଂଗ୍ରେସ । କୁହାଯାଏ ଚିଲିକା କୁଆଡ଼େ ରତ୍ନଗର୍ଭା। ଅପାର ସମ୍ଭାବନା ଥିବା ଚିଲିକାର ବିକାଶ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ନବୀନଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ କହିଛି ବିଜେପି । କଂଗ୍ରେସ କହିଛି ମତ୍ସ୍ୟଜିବୀଙ୍କ ପାଇଁ ବିକାଶର ବ୍ଲୁପ୍ରିଣ୍ଟ ସରକାରଙ୍କ ପାଖରେ ନାହିଁ । କିନ୍ତୁ ବିଜେଡି ସୁପ୍ରିମୋ ନିର୍ବାଚନ ବେଳେ କେବଳ ମନ୍ତବ୍ୟ ଦେବାରେ ବ୍ୟସ୍ତ।

{"id":105002}

ଚିଲିକା ଉପରେ ନିର୍ଭର କରୁଥିବା ଆଖପାଖ ଗାଁର ଲୋକମାନେ ମୁଖ୍ୟତଃ ଚିଲିକା, ବ୍ରହ୍ମଗିରି ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ । ନେତାଏ ଚିଲିକାରେ ଜାଲ ତ ପକେଇଛନ୍ତି କେତେ ଭୋଟ ଆସୁଛି ତାହା ମେ ୨୩ରେ ଜଣା ପଡ଼ିବ।  

{"id":105003}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.