Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଆଉ ପ୍ରତିଶୃତି କରୁନି କାମ : ବିଜେପି ଓ କଂଗ୍ରେସ ଆରମ୍ଭ କଲେ ୱାରେଣ୍ଟି ଓ ଗ୍ୟାରେଣ୍ଟି ରାଜନୀତି, ବିଜେଡି କହିଲା ଆମେ ଗ୍ୟାରେଣ୍ଟି ପାଳନ କରିସାରିଛୁ

ଭୁବନେଶ୍ବର ୧୧|୨: ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ତ ଦେଉଛନ୍ତି, ହେଲେ କ୍ଷମତାକୁ ଆସିବା ପରେ ସେସବୁ ପ୍ରତିଶ୍ରୁତି ପୂରଣ ହେଉନି । ତେଣୁ ଆଉ ନେତାଙ୍କ ପ୍ରତିଶ୍ରୁତି ଉପରେ ଲୋକଙ୍କ ଭରସା ପାଉନି । ଅଳ୍ପେ ବହୁତେ ଲୋକଙ୍କ ମନର କଥାକୁ ପଢ଼ିସାରିଲେଣି ବିଭିନ୍ନ ରାଜନୈତିକ ଦଳ । ସେଥିପାଇଁ ଏବେ କେବଳ ପ୍ରତିଶ୍ରୁତି ନୁହେଁ ବରଂ ଗ୍ୟାରେଣ୍ଟି ଦେବାର ନୂଆ ପରମ୍ପରା ଆରମ୍ଭ ହୋଇଛି । ଏମିତିରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ଼ ଇସୁ କରିଥିବା ବେଳେ ପ୍ରତିଶୃତି ପତ୍ର ବାଣ୍ଟିଲାଣି ବିଜେପି । ହେଲେ ବିଜେଡିର କହୁଛି ଏମାନେ ଯେଉଁ ପ୍ରସଙ୍ଗକୁ ନେଇ ଗ୍ୟାରେଣ୍ଟି ଦେଉଛନ୍ତି ରାଜ୍ୟ ସରକାର ସେସବୁ ଗ୍ୟାରେଣ୍ଟି ପୂରଣ କରିସାରିଛନ୍ତି ।

ଆପଣ ବଜାରରୁ ଜିଣିଷ କିଣିଲେ ତା’ ଉପରେ ଥିବା ଗ୍ୟାରେଣ୍ଟି-ଓ୍ବାରେଣ୍ଟି ଉପରେ ପ୍ରଥମେ ଆପଣଙ୍କ ନଜର ପଡ଼ିଥାଏ । ଆଉ ଗ୍ରାହକଙ୍କ ମନ ଜାଣି କମ୍ପାନୀମାନେ ମଧ୍ୟ ବିଭିନ୍ନ ଜିନିଷ ଉପରେ ଗ୍ୟାରେଣ୍ଟି -ଓ୍ବାରେଣ୍ଟିର ଆଟ୍ରାକ୍ସନକୁ ଜମାରୁ ଭୁଲନ୍ତି ନାହିଁ । ଆଜିକାଲି ଦାମୀ ସେଲ୍‌ ଫୋନ୍‌ଟିଏ କିଣିଲେ ହ୍ୟାଣ୍ଡସେଟ୍‌ ଉପରେ କୋଉଠି ବର୍ଷେ ଗ୍ୟାରେଣ୍ଟି ତ ଆଉ କୋଉଠି ୨ବର୍ଷ ଓ୍ବାରେଣ୍ଟି ରହୁଛି । ସେହିଭଳି କାର, ଟିଭି, ଫ୍ରିଜ୍‌, ଓ୍ବାସିଂମେସିନ୍‌ ଯାହା ବି କିଣନ୍ତୁ ସବୁଥିରେ କିଛି ନା’ କିଛି ଗ୍ୟାରେଣ୍ଟି-ଓ୍ବାରେଣ୍ଟି ଥିବ । ଏଥିରୁ ଗ୍ରାହକ କିଏ କେତେ ଫାଇଦା ପାଆନ୍ତି, ତାହା ତ ଭିନ୍ନ କଥା ହେଲେ ସେମାନଙ୍କ ଭରସା ଜିତିବାକୁ ଏଭଳି ଗ୍ୟାରେଣ୍ଟି-ଓ୍ବାରେଣ୍ଟି ଦେବା ଫଳରେ କମ୍ପାନୀର ବିଜନେସ୍‌ ବଢ଼ାଇବାଟା  ଗ୍ୟାରେଣ୍ଟେଡ୍‌ ।

ବିଜ୍‌ନେସ୍‌ର ଏହି ଫଣ୍ଡା ଏବେ ପଲିଟିକ୍‌ସରେ ଆପ୍ଲାଏ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନେତା । ଏବେ କେବଳ ସେମାନଙ୍କ ପ୍ରତିଶ୍ରୁତି ଉପରେ ଯେ, ଲୋକେ ଆଉ ଭରସା କରିପାରୁନାହାନ୍ତି, ସେକଥାକୁ ନେତା ବୁଝିସାରିଲେଣି ।  ତେଣୁ ଏବେ କେବଳ ପ୍ରତିଶ୍ରୁତି ନୁହେଁ ବରଂ ପ୍ରତିଶ୍ରୁତି ପାଳନ କରିବାର ଗ୍ୟାରେଣ୍ଟି କାର୍ଡ଼ ଦେଇ ଭୋଟର ଭରସା ଜିତିବାକୁ ଚାହିଁଲେଣି ବିଭିନ୍ନ ରାଜନୈତିକ ଦଳ ।

୪-୫ଦିନ ତଳେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଗ୍ୟାରେଣ୍ଟି କାର୍ଡ଼ ଉନ୍ମୋଚନ କରିଥିଲେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ।ଆଉ ଦଳୀୟ ନେତା ଏବେ ସେଇ ଗ୍ୟାରେଣ୍ଟି କାର୍ଡ଼ ଧରି ଜନ ଆଶୀର୍ବାଦ ସମାବେଶକୁ ଓହ୍ଲାଇଛନ୍ତି । କ୍ଷମତାକୁ ଆସିଲେ କୃଷିଋଣ ଛାଡ଼, ଧାନର ସହାୟକ ମୂଲ୍ୟ ବୃଦ୍ଧି, ପରିବାରରେ ଜଣକୁ ସରକାରୀ କିମ୍ବା ବେସରକାରୀ ଚାକିରି ଭଳି ବିଭିନ୍ନ ପ୍ରତିଶୃତି ପାଳନ କରିବାକୁ ଗ୍ୟାରେଣ୍ଟି ଦେଇଛି ।

ଭୋଟରଙ୍କୁ ଗ୍ୟାରେଣ୍ଟି କାର୍ଡ଼ ଦେଇ ସରକାରକୁ ଆସିବାକୁ ଚାହୁଁଛି କଂଗ୍ରେସ । ସେପଟେ ବିଜେପି ବାଣ୍ଟୁଛି ପ୍ରତିଶ୍ରୃତି ପତ୍ର । ପୂରା ୟୁନିକ୍‌ କୋର୍ଡ଼ ସହ ପ୍ରତି ଭୋଟରଙ୍କୁ ମିଳୁଛି ଗ୍ୟାରେଣ୍ଟି । କ୍ଷମତାଙ୍କୁ ଆସିଲେ ସବୁ ଲୋକଙ୍କୁ  ସ୍ଥାୟୀ ପଟ୍ଟା, ପକ୍କା ଘର ଆଉ ରୋଜଗାରର ଫୁଲ୍ ଗ୍ୟାରେଣ୍ଟି ଦେଇଛି ବିଜେପି ।

କ୍ଷମତାକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବେ, ସେକଥାକୁ ପୂରା ହାତକାଟି ଲେଖି ଦେଇଛନ୍ତି କଂଗ୍ରେସ ଆଉ ବିଜେପି । ହେଲେ ଏ ଦୁଇ ଦଳର ଗ୍ୟାରେଣ୍ଟି – ଓ୍ବାରେଣ୍ଟି ପଲିଟିକ୍‌ସକୁ ଦେଖି ଫ୍ରଣ୍ଟକୁ ଆସିଛି ବିଜେଡି । ବିରୋଧୀଙ୍କ ପ୍ରତିଶ୍ରୁତିକୁ ପ୍ରତାରଣା ବୋଲି ଆକ୍ଷେପ କରିବା ସହ ବିଜେଡି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ଗ୍ୟାରେଣ୍ଟି ପୂରଣ କରିସାରିଛି ବୋଲି ଦମ୍ଭ ଦେଖାଇଛନ୍ତି ।

ବିଜେଡି-ବିଜେପି ଆଉ କଂଗ୍ରେସ । କାହାର ଗ୍ୟାରେଣ୍ଟି-ଓ୍ବାରେଣ୍ଟିରେ  ଭରସା କରିବେ ଓଡ଼ିଶା ଭୋଟର । ତାହା ଏବେଠୁ କହିହେବନି । ସମସ୍ତଙ୍କ କଥନି ଆଉ କରନି ସବୁ କିଛି ଭୋଟରଙ୍କ ସାମ୍ନାରେ ରହିଛି ।

183 Views

   ସମ୍ବନ୍ଧିତ ଖବର