ବିଜେଡି ଚାପରେ ହୋଇଛି ଭୋଟର ତାଲିକାରେ ଅନିୟମିତତା: ଅଭିଯୋଗ ଆଣିଲେ ବିରୋଧୀ

Published By : Prameya-News7 Bureau | August 30, 2018 IST

ଭୁବନେଶ୍ବର୩୦|୮: ଭୋଟର ତାଲିକାରେ ତ୍ରୁଟି । ଏପରିକି ବୁଥ୍ ରାସନାଲାଇଜେସନରେ ବି ଅନେକ ଅନିୟମିତତା ସାମ୍ନାକୁ ଆସିଛି । ବିଜେଡି ଚାପରେ ଏଭଳି କରାଯାଇଥିବା, ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ । ଭୋଟର ତାଲିକା ସଂଶୋଧନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଥିବା ସର୍ବଦଳୀୟ ବୈଠକରେ ଏଭଳି ଅଭିଯୋଗ ଉଠିଛି । ଭୋଟର ତାଲିକା ସଂଶୋଧନ ପାଇଁ ସେପ୍ଟେମ୍ବର ପହିଲାରୁ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା । ଯାହା ଅକ୍ଟୋବର ୩୧ ଯାଏଁ ରହିବ । ସେହି ସମୟ ଭିତରେ କିଭଳି ତ୍ରୁଟି ସଂଶୋଧନ ହେବ ସେନେଇ ଆଜି ସବୁଦଳଙ୍କ ମତାମତ ନେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଯେହେତୁ ଏଥିପାଇଁ  ନିର୍ବାଚନ କମିଶନ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରିବେ ସେଥିରେ ସହଯୋଗ କରିବାକୁ ସବୁଦଳକୁ  ଅନୁରୋଧ କରାଯାଇଛି । ତେବେ ବୁଥ ରାସନାଲାଇଜେସନରେ ଅନିୟମିତତା ନେଇ ଆସିଥିବା ଅଭିଯୋଗ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଜିଲ୍ଲାସ୍ତରୀୟ ବୈଠକରେ କୌଣସି ରାଜନୈତିକ ଦଳ ଏ ପ୍ରସଂଗ ଉଠାଇ ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.