Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସ ଓ ବିଜେଡି ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ

14/04/2019 at 10:32 AM

ପାରାଦୀପ ୧୪|୪: କଂଗ୍ରେସ ଓ ବିଜେଡି ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ । ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପିରେ ଯୋଗ ଦେଇଛନ୍ତି ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ । କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ପଞ୍ଜାୟତର ବିଜେଡି ସମିତି ସଭ୍ୟ ଚିନ୍ମୟ କୁମାର ଓ ତାଙ୍କର ଶତାଧିକ ସମର୍ଥକ ବିଜେପି ଦଳରେ ଯୋଗ ଦେଇଛନ୍ତି ।

ସେହିପରି ପାରାଦୀପ ପୌରପରିଷଦର କଂଗ୍ରେସ ଦଳର ପୂର୍ବତନ ପାରିଷଦ ପ୍ରଫୁଲ ପରିଜା ଓ ତାଙ୍କର ସମର୍ଥକ ମାନଙ୍କ ସହ ଆସି ପାରାଦୀପ ଜିରୋପଏଟଂ ନିକଟରେ ଥିବା ବିଜେପି କାର୍ଯ୍ୟ।ଳୟରେ ଯୋଗଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଶାସନ ଓ ପାରାଦୀପରେ ଯୁବନେତା ଭାବେ ବିଧାନସଭା ପ୍ରାର୍ଥୀ ଭାବେ ଲଢୁଥିବା ଯୁବନେତା ସମ୍ପଦ ସ୍ବାଇଁଙ୍କ ଉପରେ ଆସ୍ତା ପ୍ରକଟ କରି ଆଗାମୀ ଦିନରେ ବିଜେପି ଦଳକୁ ସୁଦୃଢ କରି ନିର୍ବାଚନରେ ବହୁମତ ଦେଇ ଜିତାଇବେ ବୋଲି ଯୋଗଦେଇଥିବା କର୍ମୀମାନେ ପ୍ରକାଶ କରିଛନ୍ତି ।

   Related Posts