Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆସାମରେ କଂଗ୍ରେସ ସହ ମେଣ୍ଟ କରିବ ଏଆଇୟୁଡିଏଫ, କଥାବାର୍ତ୍ତା ଚାଲିଛି, ଘୋଷଣା ଖୁବ୍ ଶୀଘ୍ର

6/10/2020 at 3:17 PM

ଗୌହ୍ଵାଟୀ ୦୬।୧୦: ଆସନ୍ତାବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିରୋଧୀ ଦଳରେ ଥିବା କଂଗ୍ରେସ ଏବେଠୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛି। ଏହି କ୍ରମରେ କଂଗ୍ରେସ ଓ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ(AIUDF) ମେଣ୍ଟ କରିବାକୁ ଯାଉଛନ୍ତି। ଏନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି। ମେଣ୍ଟ ନେଇ ଶୀଘ୍ର ଘୋଷଣା କରି ପାରନ୍ତି।

ରବିବାର AIUDFର ମୁଖ୍ୟ ମୌଲାନା ବଦରୁଦ୍ଦୀନ ଆଜମଲ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ଭେଟିବା ପରେ ଦୁଇ ଦଳ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଛି। ସଂପ୍ରତି ଗୋଗୋଇ କରୋନା ସଂକ୍ରମିତ ହେବା ପରେ ଗୌହ୍ଵାଟୀ ମେଡିକାଲ କଲେଜ ଓ ହସ୍ପିଟାଲ(GMCH)ରେ ଭର୍ତ୍ତି ହୋଇଛନ୍ତି। ସେ ସୁସ୍ଥ ହେଉଥିବା ଜଣା ପଡିଛି।

ରବିବାର ଆଜମଲ ଗୋଗୋଇଙ୍କୁ ଭେଟିବା ପରେ କଂଗ୍ରେସ କହିଛି AIUDF ପାର୍ଟି ଆମ ଦଳର ଚିନ୍ତାଧାରା ସହ ଜଡିତ। ବିଜେପିକୁ ରାଜ୍ୟରୁ କ୍ଷମତାଚ୍ୟୁତ୍ କରିବା ପାଇଁ କଂଗ୍ରେସ ଓ AIUDF ମଧ୍ୟରେ ମେଣ୍ଟ ହୋଇପାରେ। କଂଗ୍ରେସ ସାଂସଦ ଗୌରଭ ଗୋଗୋଇ କହିଛନ୍ତି ମହାମେଣ୍ଟ ଦରକାର କାରଣ ରାଜ୍ୟବାସୀ ବିଜେପିକୁ କ୍ଷମତାଚ୍ୟୁତ୍ କରିବାକୁ ଚାହାନ୍ତି।

ସେ  କହିଛନ୍ତି ରାଜ୍ୟବ୍ୟାପୀ ନାଗରିକତା ସଂଶୋଧନ ଆଇନ୍(ସିଏଏ) ବିରୋଧରେ ପୁଣି ଥରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି। ଲୋକେ ଚାହୁଁଛନ୍ତି ସିଏଏ ବିରୋଧୀ ସମସ୍ତ ଦଳ ଏକାଠି ହୋଇ ଏହାର ବିରୋଧ କରନ୍ତୁ।

ନାଗରିକତା ଅଧିନିୟମର ବିରୋଧ ଆସାମ ଇତିହାସରେ ଏକ ମହତ୍ଵପୂର୍ଣ୍ଣ କ୍ଷଣ ଥିଲା। ଏହି ସମୟରେ ବିଭିନ୍ନ ଧାର୍ମିକ ପୃଷ୍ଠଭୂମିର ଲୋକ, ରାଜନୈତିକ ପାର୍ଟି ଓ ଅନେକ ସାଂସ୍କୃତିକ ବିଚାରଧାରାର ଲୋକଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେମାନେ ଚାହୁଁଛନ୍ତି ଯେ, ସିଏଏର ବିରୋଧ କରୁଥିବା ସମସ୍ତ ଲୋକ ଏକଜୁଟ ହୁଅନ୍ତୁ। ସେ କଂଗ୍ରେସ ହଉ କି, ଏଆଇୟୁଡିଏଫ କିମ୍ବା ଆଞ୍ଚଳିତକ ଦଳ ସମସ୍ତେ ଏକତ୍ର ହୁଅନ୍ତୁ ବୋଲି ଗୌରବ କହିଛନ୍ତି।

ଏଆଇୟୁଡିଏଫର ଅକ୍ଟୋବର ୩ରେ କୋର କମିଟି ବୈଠକ ଆୟୋଜିତ ହୋଇଥିଲା। କଂଗ୍ରେସ ସହିତ ମେଣ୍ଟ କରିବା ନେଇ ନିଷ୍ପତ୍ତି ନିଆଯାଇଛି। କୋର କମିଟି ଗତ କିଛି ମାସ ହେବ ଏହି ପ୍ରସଙ୍ଗରେ ଆଲୋଚନା କରି ପାରିନାହିଁ କାରଣ ଆମ ପାର୍ଟି ଅଧ୍ୟକ୍ଷ ମୁମ୍ବାଇରେ ଥିଲେ। ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ଗତ ମହା ପରିଷଦର ବୈଠକରେ ସମାନ ବିଚାରଧାରାର ଦଳ ସହିତ ମେଣ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ବୋଲି ପାର୍ଟି ପ୍ରବକ୍ତା ହାଇଦର ହୁସେନ ବୋରା କହିଛନ୍ତି।

   Related Posts