୨୦ ନୁହେଁ ମାତ୍ର ୩.୨୨ ଲକ୍ଷ କୋଟି ହେଉଛି କେନ୍ଦ୍ର ସରକାରଙ୍କ ପ୍ୟାକେଜ, କଂଗ୍ରେସର ଦାବି

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ, ୧୭|୦୫:  ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ପ୍ୟାକେଜକୁ ନେଇ ସମାଲୋଚନା କରିଛନ୍ତି । ଦେଶର ଅର୍ଥନୀତି ସଜାଡିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ରୋଡମ୍ୟାପ ନଥିବା ସେ କହିଛନ୍ତି ।

ଆନନ୍ଦ ଶର୍ମା କହିଛନ୍ତି ଯେ, ସରକାର ଦେଶବାସୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜରେ କୌଣସି ବ୍ୟବସ୍ଥା ନାହିଁ । ମୋଦୀ ୨୦ ଲକ୍ଷ କୋଟିର ନୁହେଁ ବରଂ ୩.୨୨ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଯାହା ଜିଡିପିର ମାତ୍ର ୧.୬ ପ୍ରତିଶତ ଅଟେ । ଅର୍ଥମନ୍ତ୍ରୀଙ୍କ ଅବସ୍ଥା ବୁଝାପଡୁଛି । ଆର୍ଥିକ ସ୍ଥିତି ସଜାଡିବାକୁ ରେଳ ବ୍ୟବସ୍ଥା କଣ ପାଇଁ ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର କେବଳ ବଡ ବଡ କଥା କହୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୧୨. ୩ କୋଟି ଲୋକ ଚାକିରୀ ହରାଇଛନ୍ତି । କଂଗ୍ରେସ କ୍ଷୁତ୍ର ବ୍ୟବସାୟୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ବାବଦରେ ପରାମର୍ଶ ଦେଇଥିଲା । କିନ୍ତୁ ସରକାର ସେମାନଙ୍କୁ ସିଧାସଳଖ ଟଙ୍କା ଦେବା ବ୍ୟବସ୍ଥା କଲେ ନାହିଁ ।

ଏହାପୂର୍ବରୁ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରୀ ସାହାଯ୍ୟକୁ କୃଷକ, ବ୍ୟବସାୟୀ, ପ୍ରବାସୀ ଶ୍ରମିକଙ୍କ ପାଇଁ ବିଫଳ ପ୍ୟାକେଜ ବୋଲି କହିଥିଲେ । ଲୋନ ନୁହେଁ ସରକାର ସିଧାସଳଖ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ରାହୁଲ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.