ନିର୍ବାଚନରେ ବିପର୍ଯ୍ୟୟ ନେଇ ସମୀକ୍ଷା କରିବ ପ୍ରଦେଶ କଂଗ୍ରେସ

Published By : Prameya-News7 Bureau | May 30, 2019 IST

ଭୁବନେଶ୍ବର ୩୦|୫:  ବିପର୍ଯ୍ୟୟର କାରଣ ଖୋଜୁଛି କଂଗ୍ରେସ । ରାଜ୍ୟରେ କଂଗ୍ରେସର ସୋଚନୀୟ ପରାଜୟ ନେଇ ବସିବ ସମୀକ୍ଷା ବୈଠକ । କଂଗ୍ରେସ ରାଜ୍ୟ ପ୍ରଭାରି ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ନବ ନିର୍ବାଚିତ ବିଧାୟକ ଓ ସଂସଦଙ୍କ ସହ ସମସ୍ତ ବିଧାୟକ ଓ ସଂସଦ ପ୍ରାର୍ଥୀ ଯୋଗ ଦେବେ । ରାଜ୍ୟରେ କେଉଁ କାରଣ ଯୋଗୁ କଂଗ୍ରେସର ପରାଜୟ ହୋଇଛି ସେନେଇ ସମୀକ୍ଷା ହେବ । କଂଗ୍ରେସକୁ କିଭଳି ବିପର୍ଯ୍ୟୟରୁ ମୁକ୍ତ କରିହେବ ସେନେଇ ମଧ୍ୟ ଆଲୋଚନା କରାଯିବ। ଆଜି କଂଗ୍ରେସର ବିଧାୟକ ଦଳ ନେତା ନିର୍ବାଚନ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.