Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସ ସହ ମହାମେଣ୍ଟ କରିବ ସିପିଆଇ: ବିଜେପି ଓ ବିଜେଡିକୁ ଗାଦିରୁ ହଟାଇବା ପାଇଁ ଗଠନ ହୋଇଛି ମହାମେଣ୍ଟ

ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସ ସହିତ ମିଶି ସିପିଆଇ, ସିପିଏମ ଓ ଜେଏମଏମ କରିବେ ମହାମେଣ୍ଟ। ବିଜେଡି ଓ ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିବା ପାଇଁ ୨୦୧୯ରେ ମିଳିତ ହୋଇ ଲଢ଼ିବେ। ଏନଇେ ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡିରାଜା ସ୍ପଷ୍ଟ କରିଥିବାବେଳେ ସିଟି ସେୟାରିଂ ନେଇ ଖୁବ ଶିଘ୍ର ନିଷ୍ପତି ହେବ। ଏଭଳି ରାଜ୍ୟରେ ଏଭଳି ମହାମେଣ୍ଟର କିଛି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ବିଜେପି ଯୁକ୍ତି ବାଢ଼ିଛନ୍ତି…  

କଂଗ୍ରେସ ସହ ମହାମେଣ୍ଟ କରିବ ସିପିଆଇ। ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସ ସମେତ ସିପିଆଇ, ସିପିଏମ ଓ ଜେଏମଏମ ଏକାଠି ହୋଇ ଲଢ଼ିବେ। ଏକଥା ସ୍ପଷ୍ଟ କରିଛନ୍ତି ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି ରାଜା। ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଜାତୀୟ ସ୍ତରରେ ମହାମେଣ୍ଟ ହେଉଥିବା ବେଳେ ରାଜ୍ୟ ସ୍ତରେ ମହାମେଣ୍ଟ କରାଯିବ। ବିଜେପି ଗଣତନ୍ତ୍ର ପ୍ରିତ ବିପଦ ସବୁ ସମ୍ବିଧାନିକ ସଂସ୍ଥା ହସ୍ତକ୍ଷେପ କରି ଅଚଳ କରୁଛି। ବିଜେଡି ସମଦୂରତା କଥା କହୁଥିବା ବିଜେଡି ସବୁଥିରେ ସହଯୋଗ କରୁଛି। ସେଥିପାଇଁ ଦୁଇଦଳକୁ ଶାସନ ଗାଦିରୁ ହଟାଇବା ପାଇଁ ଏ ମହାମେଣ୍ଟ। ଏନେଇ ପିସିସି ସଭାପତି ସହିତ ଆଲୋଚନା ସରିଛି । ଖୁବଶିଘ୍ର  ସିଟି ସେୟାରିଂ ନେଇ ଆଲୋଚନା ହେବ।

ଡିରାଜାଙ୍କ  ମହାମେଣ୍ଟ ସଂଳପ ରେ ବିଜେଡି ବିଜେପି ବିଚଳିତ ନୁହଁନ୍ତି। ସିପିଆଇ ସିପିଏମ ଓ ଜେଏମଏମର ରାଜ୍ୟରେ ସେଭଳି ପ୍ରଭାବ ନାହିଁ। ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡିଦେଲେ ସେଭଳି ପ୍ରଭାବ ନାହିଁ। କଂଗ୍ରେସ ଅନେକ ବିଧାୟକଙ୍କୁ ବିଜେଡିରେ ସାମିଲା ହୋଇସାରିଥିବାରୁ ଏହାର ପ୍ରଭାବ ପଡିବ ନାହିଁ ବୋଲି କହିଛି ବିଜେଡି। ଏପଟେ ବି​‌ଜେପି ବି ସମାନ ଢ଼ଙ୍ଗରେ ଉତ୍ତର ରଖିଛି।

ସିପିଆଇ ଆସ୍କା ଲୋକ ସଭା ସହିତ ୭ଟି ବିଧାନ ସଭା ଆସନ ପାଇଁ ଦେଇଛି। ଏନଇେ ସିପିଆଇର କାର୍ଯ୍ୟକାରିଣୀ ଏବଂ ରାଜ୍ୟ ପରିଷଦ ବୈଠକରେ ଆଲୋଚନା ହୋଇଛି। ଏପଟେ ସିପିଏମ ଭୁବନେଶ୍ବର ଲୋକସଭା ଆସନ ସମେତ ୬ଟି ବିଧାନସଭା ଆସନ ଦାବି କରିଛି।ସେହିଭଳି ଜେଏମଏମ ବି ଗୋଟିଏ ଲୋକସଭା ଆସନ ସମେତ କିଛି ବିଧାନସଭା ଆସନ ପାଇ: କଂଗ୍ରେସ ସହିତ ବୁଝାମଣା କରିବା ପାଇଁ ଆଲୋଚନା ଜାରି ରହିଛି।   

218 Views

   ସମ୍ବନ୍ଧିତ ଖବର