CAA ବିରୋଧରେ ରାଜଧାନୀରେ କଂଗ୍ରେସ ନେତୃତ୍ବରେ ଗର୍ଜିଲେ ବିରୋଧୀ
30/01/2020 at 6:43 PM

ଭୁବନେଶ୍ୱର ୩୦।୦୧ – CAA, NRC, NPR ବିରୋଧରେ ରାଜଧାନୀରେ କଂଗ୍ରେସ ନେତୃତ୍ବରେ ଗର୍ଜିଲେ ବିରୋଧୀ । ଆଜି କଂଗ୍ରେସ ଭବନ ଓ ରାମମନ୍ଦିର ଛକରୁ ବାହାରିଥିଲା ବିରୋଧୀଙ୍କ ବିଶାଳ ରାଲି । ଏହି ମହାମେଳିରେ କଂଗ୍ରେସ, ବାମଦଳ ସହ ୧୮ଟି ସଂଗଠନ। ….

ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ୭୨ତମ ସହିଦ ଦିବସ ଅବସରରେ CAA, NRC, NPR ବିରୋଧରେ ରାଜଧାନୀରେ କଂଗ୍ରେସ ନେତୃତ୍ବରେ ଗର୍ଜିଲେ ବିରୋଧୀ । ଏହି ମହାମେଳିରେ ମହାମେଳିରେ କଂଗ୍ରେସ, ବାମଦଳ ସହ ସାମିଲ ହୋଇଥିଲେ ୧୮ଟି ସଂଗଠନ। ଗଲା ୨୩ ରୁ ଆରମ୍ଭ ହୋଇଥିବା ଧର୍ମନିରପେକ୍ଷତା ଓ ସମ୍ବିଧାନ ବଞ୍ଚାଅ ସପ୍ତାହର ଶେଷ ଦିନରେ ଲୋଏର ପିଏଏମ୍ଜି ଛକରେ ବିରୋଧୀଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ମହାସମାବେଶ।

କେନ୍ଦ୍ର ସରକାରଙ୍କ ବିରୋଧରେ ଖୁବ୍ ନାରାବାଜି କରିଥିଲେ ବିରୋଧୀ । ଧର୍ମନିରପେକ୍ଷ ରାଷ୍ଟ୍ର ଭାରତରେ ଏହି ଆଇନକୁ ତୀବ୍ର ବିରୋଧ କରାଯିବ ବୋଲି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଚେତାବାନୀ ଦିଆଯାଇଛି। ତେବେ ବିରୋଧୀଙ୍କ ଏଭଳି ହୁଙ୍କାରର ଜବାବ ରଖିଛି ବିଜେପି ।

କେନ୍ଦ୍ର ବିରୋଧରେ CAA, NRC, NPRକୁ କଂଗ୍ରେସ ବଡ଼ ଅସ୍ତ୍ର କରିବାକୁ ଚାହୁଁଥିବା ବେଳେ ବାମପନ୍ଥୀ ଓ ବିଭିନ୍ନ ମୁସଲିମ୍ ସଂଗଠନ ଏଥିରେ ସାମିଲ ହୋଇଛନ୍ତି । ତେବେ ବିରୋଧୀଙ୍କ ଏହି ଗର୍ଜନ କେନ୍ଦ୍ର ସରକାରଙ୍କ ଉପରେ କେତେ ପ୍ରଭାବ ପକାଇପାରିବ ତାହା ଉପରେ ରହିବ ନଜର ।