କଂଗ୍ରେସ ନେତା ସିଂଘଓ୍ୱି କହିଲେ ଓମ ଉଚ୍ଚାରଣ କଲେ ଶକ୍ତିଶାଳୀ ହୁଏନି ଯୋଗ : ଜବାବ ଦେଲେ ବାବା ରାମଦେବ

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ ୨୧/୬ : ଆଜି ସାରା ବିଶ୍ୱରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । କରୋନା ନିୟମ ଅନୁଯାୟୀ ଭାରତର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ କଂଗ୍ରେସ ନେତା ଅଭିଷେକ ମନୁ ସିଂଭିଙ୍କ ଏକ ଟୁଇଟ୍ ଏବେ ବିବାଦ ସୃଷ୍ଟି କରିଛି । ଅଭିଷେକ ମନୁ ସିଂଘଓ୍ୱି ଯୋଗ ବିଷୟରେ ଓମ ଏବଂ ଆଲ୍ଲାହା ବିଷୟରେ ପୋଷ୍ଟରେ କିଛି ଉଲ୍ଲେଖ କରିଛନ୍ତି ।

wp:html /wp:html

ଆଉ ଯୋଗ ଗୁରୁ ବାବା ରାମଦେବ ତାଙ୍କୁ ପାଲଟା ଜବାବ ନଦେଇ ପରୋକ୍ଷରେ ଉତ୍ତର ଦେଇ କହିଥିଲେ ଯେ ଭଗବାନ ସମସ୍ତଙ୍କୁ ସମ୍ମତି ଦିଅନ୍ତୁ । ଅନ୍ତର୍ଜାତୀୟ ଯୋଗ ଦିବସରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଓ୍ୱି ଟ୍ୱିଟ୍ କରି କହିଛନ୍ତି ଯେ ଓମ ଉଚ୍ଚାରଣ କଲେ ଯୋଗ ଅଧିକ ଶକ୍ତିଶାଳୀ ହୁଏନି । କିମ୍ବା ଆଲ୍ଲହା କହିଲେ ଯୋଗର ଶକ୍ତି ହ୍ରାସ ପାଏନି । ଯୋଗ ଗୁରୁ ରାମଦେବ ସିଂଘଓ୍ୱିଙ୍କ ଟ୍ୱିଟ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ରାମଦେବ କହିଛନ୍ତି ଯେ ଇଶ୍ୱର-ଆଲ୍ଲା ତେରୋ ନାନ ସବକୋ ସନମତି ଦେ ଭଗବାନ । ସେ କହିଥିଲେ ଯେ ଆଲ୍ଲା, ଭଗବାନ, ସମସ୍ତେ ଏକ, ତେଣୁ ଓମ୍ କହିବାରେ ଅସୁବିଧା କ’ଣ, କିନ୍ତୁ ଆମେ କାହାକୁ ଆଲ୍ହା କହିବାକୁ ବାରଣ କରୁନାହୁଁ । ରାମଦେବ କହିଛନ୍ତି ଯେ ସମସ୍ତେ ମଧ୍ୟ ଯୋଗ କରିବା ଉଚିତ୍, ତେବେ ସମସ୍ତେ କେବଳ ଜଣେ ଭଗବାନଙ୍କୁ ଦେଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.