ଅଗଷ୍ଟରୁ ଅକ୍ଟୋବରକୁ ଘୁଂଚିଲା କଂଗ୍ରେସର ୫୦ ବିଧାୟକ ପ୍ରାର୍ଥୀଙ୍କ ଟିକେଟ ଘୋଷଣା
16/09/2018 at 5:57 PM

ଭୁବନେଶ୍ବର୧୬|୯: ଅଗଷ୍ଟ ପ୍ରଥମ ସପ୍ତାହରେ କଂଗ୍ରେସ ୫୦ ଜଣ ବିଧାୟକ ପ୍ରର୍ଥୀଙ୍କ ଟିକେଟ ଘୋଷଣା କରିବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ । କିନ୍ତୁ ସେପ୍ଟେମ୍ବର ମାସ ଅଧା ଗଲାଣି ହେଲେ କଂଗ୍ରେସର ଟିକେଟ ଫାଇନାଲ ହୋଇନାହିଁ। ପିଇସି ବୈଠକ ବସିନଥିବାବେଳେ ପିସିସି ସଭାପତି କିନ୍ତୁ କହୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ବ୍ୟସ୍ତ ଥିବାରୁ ସିଇସି ବୈଠକ ବସିପାରୁ ନାହିଁ ଯେଉଁଥିପାଇଁ ଟିକେଟ ଫାଇନାଲ ହୋଇପାରୁ ନାହଁ। ଏପଟେ ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି । ଟିକେଟ ଫାଇନାଲ ହୋଇନଥିଲେ ବି ଯେଉଁ ମାନେ ଟିକେଟ ପାଇବେ ସେମାନଙ୍କ ଗ୍ରୀନ ସିଗନାଲ ଦିଆସରିଛି। ସେମାନେ ଯାଇ ନିଜ ଏରିଆରେ କାମ କରିବାକୁ କୁହାଯାଇଛି। ଆଜି ପିସିସି ସଭାପତି କହିଛନ୍ତି ଯେ, ଅଗଷ୍ଟରେ ହୋଇପାରିଲାନି । କିନ୍ତୁ ଅକ୍ଟୋବର ପ୍ରଥମ ସପ୍ତାହରେ ୫୦ଜଣଙ୍କ ଟିକେଟ ଘୋଷଣା ହେବ ।