Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାହୁଲଙ୍କ ନେତୃତ୍ୱରେ ବୁଧବାର ଲକ୍ଷ୍ମୀପୁର ଖୀରି ଗସ୍ତରେ ଯିବେ ୫ ସଦସୀୟ ପ୍ରତିନିଧି ଦଳ

5/10/2021 at 10:03 PM

ନୂଆଦିଲ୍ଲୀ ୫।୧୦:  ଲକ୍ଷ୍ମୀପୁର ଖୀରି ପ୍ରସଙ୍ଗ ବେଳକୁ ବେଳ ଗୁରୁତର ହେବାରେ ଲାଗିଲାଣି। କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ଘଟଣାସ୍ଥଳ ପରିଦର୍ଶନରେ ଯିବେ ବୋଲି ଘୋଷଣା କରିଛନ୍ତି। ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଏହି ପ୍ରତିନିଧି ଦଳର ନେତୃତ୍ୱ ନେବେ। ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ସୀତାପୁରରେ ଗିରଫ ହୋଇ ଅଟକ ଥିବା ବେଳେ ଗସ୍ତକାଳରେ ରାହୁଲ ପ୍ରିୟଙ୍କାଙ୍କୁ ଭେଟିବାକୁ ଯାଇପାରନ୍ତି ବୋଲି କୁହାଯାଉଛି।

ତେବେ କଂଗ୍ରେସ ପ୍ରତିନିଧି ଦଳର ଗସ୍ତ  ନିଷ୍ପତ୍ତି ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ମଙ୍ଗଳବାର ଦିଲ୍ଲୀରେ ରାହୁଲଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା କାଳରେ ପ୍ରତିନିଧି ଦଳଙ୍କ ଉତ୍ତରପ୍ରଦେଶ ଗସ୍ତ ନେଇ ପ୍ରସ୍ତାବ ମଧ୍ୟ ଦେଇଥିଲେ। ପ୍ରସ୍ତାବ ଉପରେ କଂଗ୍ରେସରେ ସହମତି ହୋଇଥିବା ବେଳେ ୫ ସଦସୀୟ ପ୍ରତିନିଧି ଦଳ ୟୁପି ଗସ୍ତରେ ଯିବାକୁ ନିଷ୍ପତ୍ତି ହୋଇଛି।

ରବିବାର ଲକ୍ଷ୍ମୀପୁର ଖୀରି ବନବୀରରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅର କାରକେଡ ଚଢି ଚାଲିଯାଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୬ ଜଣ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଚାଷୀମାନେ ବିକ୍ଷୋଭ ଶେଷ କରି ଫେରୁଥିବା ରାସ୍ତାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ ଗାଡି ଚଢାଇ ପଳାଇଥିଲେ।

ଘଟଣା ଦିନ ରାତିରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଲକ୍ଷ୍ମୀପୁର ଉଦ୍ଦେଶ୍ୟରେ ବାହାରିଥିବା ବେଳେ ୟୁପି ପୋଲିସ ତାଙ୍କୁ ସୀତାପୁରରେ ଅଟକାଇଥିଲେ। ପ୍ରିୟଙ୍କାଙ୍କୁ ୧୪୪ ଧାରା ଉଲ୍ଲଂଘନ ଓ ଶାନ୍ତିଭଙ୍ଗ ଆଇନ ଧାରାରେ ଗିରଫ କରାଯାଇଥିବା ବେଳେ ପୋଲିସ ତାଙ୍କୁ ହାଉସ୍ ଆରେଷ୍ଟ କରିଛି। ସେ ଗତ ୩୬ ଘଣ୍ଟା ହେଲା ଅଟକ ଥିବା ବେଳେ ମଙ୍ଗଳବାର କଂଗ୍ରେସ ପ୍ରିନିଧି ମଣ୍ଡଳ ୟୁପି ଯିବା ଲାଗି ନିଷ୍ପତ୍ତି ନେଇଛି।  

   Related Posts