ଆଜି କଂଗ୍ରେସର ଗ୍ରାଣ୍ଡ ସେଲିବ୍ରେସନ ; ୩ ରାଜ୍ୟରେ ଶପଥ ନେବେ ତିନି ମୁଖ୍ୟମନ୍ତ୍ରୀ
17/12/2018 at 9:32 AM

ନୂଆଦିଲ୍ଲୀ ୧୭|୧୨: ଆଜି କଂଗ୍ରେସର ଗ୍ରାଣ୍ଡ ସେଲିବ୍ରେସନ । ଗତକାଲି ଅଧ୍ୟକ୍ଷ ଭାବେ ରାହୁଲ ଏକ ବର୍ଷ ପୂରଣ କରୁଥିବା ବେଳେ ଆଜି ଶପଥ ନେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ । ଘନ ଘନ ବୈଠକ ପରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିଥିଲେ ରାହୁଲ । ହେଲେ ଗତକାଲି ଛତିଶଗଡ଼ ପାଇଁ ଭୂପେଶଙ୍କ ନାଁରେ ମୋହର ମାରିଛି ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ।
ଅଶୋକ ଗେହଲଟ ରାଜସ୍ଥାନ ରାଜଧାନୀ ଜୟପୁର ସ୍ଥିତ ଆଲବର୍ଟ ହଲରେ ୧୦ଟାରେ, କମଲନାଥ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ଜମ୍ବୁରି ମଇଦାନରେ ଅପରାହ୍ନ ୧ଟା ୩୦ରେ ଓ ଭୁପେଶ ବାଘେଲ ଛତିଶଗଡ଼ ରାଜଧାନୀ ରାୟପୁର ଠାରେ ସଂଧ୍ୟା ୫ଟାର ନୂଆ କଂଗ୍ରେସ ସରକାରର ମଙ୍ଗ ସମ୍ଭାଳିବେ । ତେବେ ଶପଥ ଗ୍ରହଣ ଉତ୍ସବରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ପ୍ରମୁଖ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ । ଓଡ଼ିଶାରୁ ଯୋଗଦେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଦଳକୁ ମଜଭୁତ କରିବ ପାଇଁ କଂଗ୍ରେସ ଦଳ ବିଶେଷ ପ୍ରକାର ରଣନୀତି ପ୍ରସ୍ତୁତ କରିଥିବା ମଧ୍ୟ ଜଣାପଡିଛି ।