ବାଂଶଡା ସେତୁ ନିର୍ମାଣରେ ବିଳମ୍ବ ନେଇ କଂଗ୍ରେସ ପକ୍ଷରୁ ରେଳରୋକ

Published By : Prameya-News7 Bureau | November 15, 2019 IST

ଚାନ୍ଦବାଲି  ୧୫।୧୧: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଥିବା ବାଂଶଡା ସେତୁର କାର୍ଯ୍ୟ ଦୀର୍ଘ ଦିନ ଧରି ଶେଷ ନହେବା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଛି ।

{"id":184449,"sizeSlug":"large"}

ସୂଚନାଯୋଗ୍ୟ ଯେ,   ବାଂଶଡା ସେତୁର କାର୍ଯ୍ୟ ଦୀର୍ଘ ଦିନ ହେବ ନହେବାରୁ ଧାମରା ଅଂଚଳକୁ ସ୍ଥାନୀୟଲୋକେ ଠିକ ଭାବେ ଯୋଗାଯୋଗ କରିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି. । ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନାହିଁ । କଂଗ୍ରେସ ଏହାକୁ ବିରୋଧ କରି ରେଳରୋକ କରିଛି ।ଯେ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ନିକଟରେ ପହଞ୍ଚିନାହିଁ , ସେ ପର୍ଯ୍ୟନ୍ତ ରେଳରୋକ ହଟିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.