Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆଗ୍ନେୟଗିରି ବିସ୍ଫୋରଣରେ ପ୍ରଭାବିତ ‘ଗୋମା’କୁ ଆଂଶିକ ଖାଲି କରିବାକୁ ନିର୍ଦ୍ଦେଶ ଦେଲା କଙ୍ଗୋ ପ୍ରଶାସନ

27/05/2021 at 11:10 PM

କଙ୍ଗୋ ୨୭/୫: କଙ୍ଗୋର ଗୋମା ସହର ଉପରେ ଏବେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଛି। ଶତାଧିକ ଥର ଭୂକମ୍ପରେ ସହର ବିଧ୍ବସ୍ତ ହୋଇପଡ଼ିଥିବା ବେଳେ ପୁଣି ୨୨ ମେ’ରେ ମାଉଣ୍ଟ ନ୍ୟାରାଗୋଙ୍ଗୁ ଜ୍ବାଳାମୁଖୀ ବିସ୍ଫୋରଣ ହେବା ପରେ ଭୟରେ ଲୋକେ ଘର ଛାଡ଼ୁଛନ୍ତି। ବିପଦକୁ ଦେଖି ଗୋମାକୁ ଆଂଶିକ ଭାବେ ଖାଲି କରିବାକୁ କଙ୍ଗୋ ପ୍ରଶାସନ ନିର୍ଦେଶ ଦେଇଛି।

ସୁଂଯୁକ୍ତ ରାଷ୍ଟ୍ର ଅନୁସାରେ ଶନିବାର ସନ୍ଧ୍ୟାରେ ଆଗ୍ନେୟଗିରି ଉଦଗୀରଣ ​‌ପରେ ୨୦ ହଜାରରୁ ଅଧିକ ଲୋକ ବାସହରା ହୋଇଥିବା ବେଳେ ୪୦ ଜଣ ଏବେ ବି ନିଖୋଜ ଅଛନ୍ତି। ଗୋମା ସହରରେ ଉତ୍ତପ୍ତ ଲାଭା ମାଡ଼ି ଯିବା ଫଳରେ ପାଖାପାଖି ୩୧ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ୩୦୦୦ ଘର ନଷ୍ଟ ହୋଇଯାଇଛି। ଉତ୍ତପ୍ତ ଲାଭା ଗୋମା ଏୟାରପୋର୍ଟର କେବଳ ୩୦୦ ମିଟର ଦୂରରେ ବନ୍ଦ ହୋଇଥିଲା। ଯାହାକି କଙ୍ଗୋର ପୂର୍ବ ଲୋକତାନ୍ତ୍ରୀକ ଗଣରାଜ୍ୟରେ ସହାୟତା କାର୍ଯ୍ୟର ମୁଖ୍ୟ କେନ୍ଦ୍ର।

ଗୋମା ସହର ତଳେ ମାଗମା ଥିବା ନେଇ କହିଛନ୍ତି ଉତ୍ତର କିଭୁର ମିଲିଟାରି ଗଭର୍ଣ୍ଣର ନିଦିମା କୋଙ୍ଗବା। ମିଳିଥିବା ତଥ୍ୟ ଅନୁସାରେ ନିକଟ ଭବିଷ୍ୟତରେ ଏହାର ବିପଦ ନାହିଁ। ତଥାପି ହଠାତ ବିନା ସୂଚନାରେ ଏହା ବିପଦ ମଧ୍ୟ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ସ୍ଥାନନ୍ତରଣ ପ୍ରକ୍ରିୟା ନିହାତି ଭାବେ ହେବା ଦରକାର। ଯେଉଁମାନେ ଏହାକୁ ମାନିବେ ନାହିଁ ଅସୁବିଧାରେ ପଡ଼ିବେ ବୋଲି ନିଦିମା କହିଛନ୍ତି।

ତେବେ ବୁକାବୁ ସହର ଦକ୍ଷିଣକୁ ପ୍ରାୟ ୫୦ କିମି ମଧ୍ୟରେ ଥିବା ୨୫୦ ଅସ୍ଥାୟୀ କର୍ମଚାରୀ, ଏହାର ଅଧା ସହାୟକ କର୍ମଚାରୀ ଏବଂ ବୁକାବୁ ସହର ଉପରେ ନିର୍ଭରଶୀଳ ଦେଢ଼ ହାଜର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଥିବା ନେଇ ବୁଧବାର ଜାତିସଂଘ ପକ୍ଷରୁ କୁହାଯାଇଛି ।  

   Related Posts