କରୋନା ସଙ୍କଟ ସମୟରେ ଏହି ଦେଶରେ ବ୍ୟାପିଲା ଆଉ ଏକ ମହାମାରୀ : ୪ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 02, 2020 IST

କରୋନା ଭାଇରସ୍ ସଙ୍କଟ ସମୟରେ କଙ୍ଗୋରେ ଆଉ ଏକ ଭୟାନକ ରୋଗ ବ୍ୟାପିବା ଆରମ୍ଭ ହୋଇଗଲାଣି। ଏଥର ଡେମୋକ୍ରେଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପଶ୍ଚିମ ସହରରେ ଏହି ରୋଗ ଯୋଗୁଁ ୪ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏବେ ୨ଜଣଙ୍କ ଚିକିତ୍ସା ଚାଲିଛି। କଙ୍ଗୋରେ ବ୍ୟାପିଥିବା ଏହି ରୋଗକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଜଣାଇଛନ୍ତି।

{"id":280027,"sizeSlug":"large"}

କଙ୍ଗୋର ପଶ୍ଚିମ ଅଞ୍ଚଳରେ ସ୍ଥିତ ବାଣ୍ଡାକା ସହରରେ ଇବୋଲା ମହାମାରୀ ବ୍ୟାପିବା ଆରମ୍ଭ ହୋଇଗଲାଣି। ଏହା କାରଣରୁ ଏଠାରେ ୪ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ୨୦୧୮ମସିହା ପରେ ଏବେ ପୁଣି ଥରେ ଏହି ରୋଗ କଙ୍ଗୋର ଦ୍ବିତୀୟ ଭାଗରେ ପହଞ୍ଚି ସାରିଛି। ଏହା ପୂର୍ବରୁ ଇବୋଲା କେବଳ ପୂର୍ବ ଅଞ୍ଚଳକୁ ପ୍ରଭାବିତ କରିଥିଲା।

{"id":280028,"width":588,"height":329,"sizeSlug":"large"}

ବାଣ୍ଡାକା ସହରରେ ୬ଜଣ ଇବୋଲା ଭାଇରସ​‌ରେ ସଂକ୍ରମିତ ଥିବା ଜଣା ପଡ଼ିଛି। ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇସାରିଛି। ବାଣ୍ଡାକା ଏକ ବ୍ୟାବସାୟିକ ସହର। ଏଠାରେ ପାଖାପାଖି ୧୫ଲକ୍ଷ ଲୋକ ରୁହନ୍ତି। ଏହି ସହର କଙ୍ଗୋ ନଦୀ କୂଳରେ ଅବସ୍ଥିତ।

{"id":280029,"sizeSlug":"large"}

ବାଣ୍ଡାକା ସହର ପୂର୍ବ ଅଞ୍ଚଳରେ ଥିବା ସହର ଉତ୍ତର କିବୁ ସହରରୁ ପାଖାପାଖି ୧୦୦୦କିଲୋମିଟର ଦୂରରେ ଅବସ୍ଥିତ। ଉତ୍ତର କିବୁ ସହର ଉଗାଣ୍ଡା ସୀମା ନିକଟରେ ଅବସ୍ଥିତ। ଏଠାରେ ଇବୋଲା ଯୋଗୁଁ ଏବେ ସୁଦ୍ଧା ୨୨୦୦ଲୋକଙ୍କ ମୃତ୍ୟୁ ହୋଇ ସାରିଛି।

{"id":280030,"sizeSlug":"large"}

୧୯୭୬ମସିହାରେ କଙ୍ଗୋରେ ଇବୋଲାର ପ୍ରଥମ ସଂକ୍ରମଣ ବ୍ୟାପିଥିଲା। ଏହା ପରଠୁ ଗତ ୪୪ବର୍ଷରେ ଇବୋଲା କଙ୍ଗୋ ଦେଶରେ ୧୧ଥର ପ୍ରବେଶ କରିଛି ଏବଂ ହଜାର ଲୋକଙ୍କୁ ମୃତ୍ୟୁମୁଖରେ ପହଞ୍ଚାଇ ସାରିଛି। ବାଣ୍ଡାକାରେ ଇବୋଲା ପ୍ରଥମ ଥର ୨୦୧୮ମସିହାରେ ସାମନାକୁ ଆସିଥିଲା।

{"id":280031,"sizeSlug":"large"}

 କଙ୍ଗୋର ସ୍ବାସ୍ଥ୍ୟ ମନ୍ତ୍ରୀ ଇଟେନି ଲୋଙ୍ଗୋଡ଼ୋ କହିଛନ୍ତି ଯେ ଆମେ ବହୁତ ଶୀଘ୍ର ଭ୍ୟାକସିନ୍ ଏବଂ ଔଷଧ ପଠାଉଛୁ। ଇବୋଲା ଭାଇରସ୍ ଯୋଗୁଁ ମନୁଷ୍ୟଙ୍କୁ ହେମୋରେଜିକ୍ ଫିବର ହୋଇଥାଏ। ଏହା ପରେ ରୋଗୀଙ୍କୁ ବାରମ୍ବାର ବାନ୍ତି ହୋଇଥାଏ ଏବଂ ସେ ଡାଇରିଆର ଶିକାର ହୋଇଥାଏ।

{"id":280032,"sizeSlug":"large"}

କଙ୍ଗୋରେ ଏବେ ମିଳିମିଳା ଏବଂ କରୋନା ଭାଇରସ୍ ମଧ୍ୟ ବ୍ୟାପି ସାରିଛି। ମିଳିମିଳା ଯୋଗୁଁ ୬୦୦୦ ଏବଂ କରୋନା ଯୋଗୁଁ ୭୧ଜଣଙ୍କ ମୃତ୍ୟୁ ହୋଇ ସାରିଛି। କରୋନା ଯୋଗୁଁ କଙ୍ଗୋରେ ପାଖାପାଖି ୩୦୦୦ ସଂକ୍ରମିତ ଥିବା ଜଣା ପଡ଼ିଛି।

{"id":280033,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.