Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଇଟାଭାଟିରେ ବିଷ ପିଇ ନାବାଳିକାଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ଭେଟିଲା କଂଗ୍ରେସ ଟିମ୍

3/12/2020 at 1:07 PM

ନୀଳଗିରି ୦୩।୧୧ : ଇଟାଭାଟିରେ ବିଷ ପିଇ ନାବାଳିକାଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ଭେଟିଲା କଂଗ୍ରେସର ଏକ ଟିମ୍ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଜଡିବାଲି ଅଞ୍ଚଳରେ ଘଟିଥିଲା ଘଟଣା ।

ଖବର ଅନୁଯାୟୀ, ସୋମବାର ଦିନ ଜଣେ ନାବାଳିକା ବିଷ ପିଇ ଇଟାଭାଟିରେ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣକୁ ନେଇ ଉତ୍ତେଜନା ଲାଗିରହିଛି । ନାବାଳିକା ଜଣଙ୍କ ଜଣେ ଯୁବକଙ୍କ ପାଇଁ ବିଷ ପିଇଥିବା ମାଆ ବାରମ୍ବାର କହୁଥିବା ବେଳେ ଝିଆରୀଙ୍କୁ ଦୁଷ୍କର୍ମ କରି ବିଷ ପିଆଯାଇଥିବା କଥା କହୁଛନ୍ତି କକା ।  ଉଭୟଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି ।

ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପରଦା ହଟିବ । ଏସବୁ ଭିତରେ ଆଜି କଂଗ୍ରେସ ଏକ ଟିମ୍‌ ମୃତ ନାବାଳିକାଙ୍କ ଘରକୁ ଯାଇଛନ୍ତି । ଏହି ଟିମ୍‌ ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଟିମ୍‌ ଯାଇ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ମୃତ୍ୟୁର କାରଣ ନଜଣାପଡିବା ଯାଏଁ କଂଗ୍ରେସ ଦଳ ଲଢେଇ ଜାରି ରହିବ ବୋଲି କହିଛନ୍ତି । ସେହିପରି ମୃତକଙ୍କ ପରିବାରଙ୍କୁ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି ।

   Related Posts