କଳିଙ୍ଗ ନଗରରେ ଗଣହତ୍ୟାକୁ ୧୫ବର୍ଷ, କଂଗ୍ରେସ ପାଳୁଛି ଶ୍ରଦ୍ଧାଞ୍ଜଳି ଦିବସ
2/01/2021 at 3:01 PM

ଭଦ୍ରକ ୦୨।୦୧: ୨୦୦୬ କଳିଙ୍ଗ ନଗରରେ ଗଣହତ୍ୟା ଘଟଣାରେ ଶ୍ରଦ୍ଧାଞ୍ଜଳି ଦିବସ ପାଳୁଛି କଂଗ୍ରେସ । ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ ଗଣହତ୍ୟାକୁ ନେଇ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରୁଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଛି ଏହି ଶ୍ରଦ୍ଧାଞ୍ଜଳି ସଭା କରିଛନ୍ତି ।
୨୦୦୬ ମସିହାରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ୧୬ ଜଣ ଆଦିବାସୀଙ୍କର ଜୀବନ ଯାଇଥିଲା । କିନ୍ତୁ କଂଗ୍ରେସ କହିଛନ୍ତି ଯେ, ୨୦୦୬ ମସିହାରେ ରାଜ୍ୟରେ ବିଜେଡ଼ି ଓ ବିଜେପି ମିଳିତ ଭାବେ ସରକାର ଗଠନ କରିଥିଲେ । ଉଭୟଙ୍କ ସରକାରଙ୍କ ସମୟରେ କଳିଙ୍ଗନଗରରେ ୧୬ ଜଣ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଉଭୟ ବିଜେଡ଼ି ଓ ବିଜେପି ସମାନ ଭାବେ ଅଂଶୀଦାର ଅଛନ୍ତି । ସେଥିପାଇଁ ୧୬ ଜଣ ଆଦିବାସୀଙ୍କ ପାଇଁ କଂଗ୍ରେସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021