ହାଇଦ୍ରାବାଦ ୧୦।୦୩- ଡ୍ରୋନ ଉଡାଇବା ଜଣେ କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡିଛି। ତେଲେଙ୍ଗାନା କଂଗ୍ରେସର ମଲକାଜଗିରିର ସାଂସଦ ରେଓ୍ଵନ୍ତ ରେଡ୍ଡୀଙ୍କୁ ଗୁରୁବାର ମାର୍ଚ୍ଚ ୫ରେ ପୋଲିସ ଏକ ଡ୍ରୋନ ଉଡାଇବା ଅପରାଧରେ ଗିରଫ କରିଛି। ରେଡ୍ଡୀ ଟିଆରଏସର କାର୍ଯ୍ୟକାରୀ ସଭାପତି କେଟି ରାମାରାଓଙ୍କ ପୁତ୍ରଙ୍କ ମାଲିକାନାରେ ଥିବା ଫାର୍ମ ହାଉସର ଭିଡିଓ ଓ ଫଟୋ ଉଠାଇବା ବେଳେ ଡ୍ରୋନର ବ୍ୟବହାର କରିଥିଲେ।
ରେଡ୍ଡୀ ଲୋକସଭାର ବଜେଟ୍ ଅଧିବେଶନ ସମାପ୍ତ ପରେ ହାଇଦ୍ରାବାଦ ଫେରିଥିଲେ। ପୋଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହଜାର କରାଇଥିଲା। କୋର୍ଟ ରେଡ୍ଡୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି।
ଘଟଣା କଣ
ରେଡ୍ଡୀ ଏକ ଘରୋଇ ସଂପତ୍ତି ଉପରେ ଡ୍ରୋନ ଉଡାଉଥିଲେ। କଂଗ୍ରେସ ସାଂସଦଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୧୮୪, ୧୮୭, ୧୮୮, ୨୮୭, ୧୦୯, ୧୨୦(ବି) ଏବଂ ଏୟାରକ୍ରାଫ୍ଟ ଆକ୍ଟର ଧାରା ୫ ଆଧାରରେ ମାମଲା ରୁଜୁ କରାଯାଇଛି। ରେଭନ୍ତ ରେଡ୍ଡୀ ଆରୋପ ଲଗାଇଛନ୍ତି ଯେ, ତେଲଙ୍ଗାନାର ଆଇଟି ମନ୍ତ୍ରୀ କେଟି ରାମାରାଓ ସରକାରୀ ଆଦେଶ ୧୧୧ର ଉଲ୍ଲଂଘନ କରି ଏକ ବେଆଇ ଫାର୍ମହାଉସ୍ ନିର୍ମାଣ କରିଛନ୍ତି।
ଏହାର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ରେଭନ୍ତ ରେଡ୍ଡୀ ‘ପେଟନାମ ଗୋଶା’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହା ତାଙ୍କର ନିର୍ବାଚନୀ କ୍ଷେତ୍ର ମଲକଜଗିରିର ସମସ୍ୟା ବିଷୟର ସମାଧାନ ଉପରେ ବିଶେଷ ଦୃଷ୍ଟି ଦେବ।
ରେଭନ୍ତ ରେଡ୍ଡୀ ଆରୋପ ଲଗାଇଛନ୍ତି ଯେ, ଏହି ଫାର୍ମହାଉସ୍ ୨୫ ଏକରରେ ବିସ୍ତୃତ। ଏହା ଖୋଦ୍ ମନ୍ତ୍ରୀ କେଟିଆରଙ୍କର। କଂଗ୍ରେସ ଅଭିଯୋଗ କରିଛି ଯେ, ଜାଣିଶୁଣି ରେଭନ୍ତଙ୍କୁ ଜାମିନ ଦିଆଯାଇ ନାହିଁ। ଅନ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଚ୍ଚ ୬ରେ ଜାମିନ ଦିଆଯାଇଥିଲା, ମାତ୍ର ରେଭନ୍ତଙ୍କ ଜାମିନ ଉପରେ ଶୁଣାଣିକୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ରେଡ୍ଡୀ ସଂପ୍ରତି ଚଞ୍ଚଲଗୁଡା ଜେଲରେ ଅଛନ୍ତି। ରବିବାର ଏବଂ ହୋଲି ଛୁଟି କାରଣରୁ ସେ ନିଜ ପରିବାର କିମ୍ବା ଆଡଭୋକେଟ୍ଙ୍କୁ ମଧ୍ୟ ଦେଖା କରି ପାରି ନାହାନ୍ତି।