ଜିତୁ ମିତ୍ର ବିଜେଡିକୁ ଫେରିବା ପରେ ଖୋର୍ଦ୍ଧାରୁ କାହାକୁ ମିଳିବ ଟିକେଟ? ବିଧାୟକ ରାଜେନ୍ଦ୍ର ସାହୁଙ୍କୁ କେମିତି କରାଯିବ ସନ୍ତୁଷ୍ଟ?

Published By : Prameya-News7 Bureau | March 11, 2019 IST

ଭୁବନେଶ୍ବର୧୧|୩: ପୁଣି ଘରକୁ ବାହୁଡ଼ିଲେ ଜିତୁ ମିତ୍ର । ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜେପି କ୍ୟାମ୍ପ ଛାଡ଼ି ପୁଣି ଥରେ ବିଜେଡି ଶିବିରକୁ ଫେରିଆସିଛନ୍ତି । ସେ ଆଜି ନବୀନ ନିବାସରେ ଖୋଦ୍‌ ଦଳ ସଭାପତିଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି  । ଏହି ସମୟରେ ତାଙ୍କ ସହ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୟ ପାଇଁ କାମ କରିବେ ବୋଲି କହିଛନ୍ତି ଜିତୁ ମିତ୍ର ।….

{"id":92621,"width":595,"height":334}

୨୦୧୪ରେ ପାର୍ଟି ଟିକେଟ୍‌ ଦେଲାନି ବିଜେଡି ଛାଡ଼ି ବିଜେପିକୁ ବାଟ କାଟିଥିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର । ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ମାତ୍ର ୬ହଜାର ଭୋଟ୍‌ ବ୍ୟବଧାନରେ ହାରିଥିଲେ ବି  ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ । ଆଉ ଏବେ ୧୯ ନିର୍ବାଚନ ପୂର୍ବରୁ ପୁଣି ଥରେ ଦଳକୁ ବାହୁଡ଼ିଛନ୍ତି ଜିତୁ ମିତ୍ର ।ଆଜି ନବୀନ ନିବାସରେ ଖୋଦ୍‌ ଦଳ ସଭାପତିଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଜିତୁ ମିତ୍ରଙ୍କ ଏହି ଘର ବାହୁଡ଼ା ସମୟରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ । ବିଜେଡିରେ ଯୋଗଦେବା ପରେ ଜିତୁ କହିଛନ୍ତି ‘‘ବିଜୁ ଜନତା ଦଳ ମୋର ପୁରୁଣା ଘର । ଏବେ ମୁଁ ଘରକୁ ଫେରିଲି ’’

{"id":92622,"width":592,"height":333}

୨୦୦୦ ନିର୍ବାଚନରେ ଖୋର୍ଦ୍ଧାରେ  ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ହୋଇଥିବା ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୪ରେ ମଧ୍ୟ ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ ଜିତୁ ମିତ୍ର । ୨୦୦୯ରେ ସିପିଆଇ(ଏମ୍‌) ପ୍ରାର୍ଥୀ ଶିବାଜୀ ପଟ୍ଟନାୟକଙ୍କୁ ବିଜେଡି ସମର୍ଥନ କରିଥିବା ବେଳେ ଜିତୁ ମିତ୍ର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ । ତେବେ ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାୟକ ହୋଇଥିଲେ ରାଜେନ୍ଦ୍ର କୁମାର ସାହୁ । ଉଭୟଙ୍କ ଭିତରେ ମାତ୍ର ୩ହାଜର ଭୋଟର ବ୍ୟବଧାନ ଥିଲା । ଏହା ପରେ ୨୦୧୪ରେ ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧାରେ ବିଧାୟକ ପ୍ରାର୍ଥୀ କରିଥିଲା ବିଜେଡି । ଜିତୁ ମିତ୍ରଙ୍କୁ ପାର୍ଟି ଟିକେଟ୍‌ ନଦେବାରୁ ସେ ବିଜେପି ଟିକେଟ୍‌ରେ ଲଢ଼ି ମାତ୍ର ୬ହଜାର ଭୋଟରେ ହାରିଥିଲେ ବି ଦ୍ବିତୀୟ ସ୍ଥାନରେ ରହିଥିଲେ । ଏଥର ମଧ୍ୟ ବିଜେପିରୁ ଟିକେଟ୍‌ ଆଶାୟୀ ଥିବା ଜିତୁ ମିତ୍ରଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ସଫଳ ହୋଇଛି ବିଜେଡି । ତେବେ ଜିତୁଙ୍କ କହିବା କଥା ଖୋର୍ଦ୍ଧାରେ ବିଜେଡିର ସାଂଗଠନିକ ସ୍ଥିତି ବେଶ୍‌ ଦୃଢ଼ ରହିଛି । ଏଠାରେ ବିଜେପି ପ୍ରାର୍ଥୀ ଜିତିବା ସମ୍ଭବପର ନୁହେଁ ।

{"id":92623,"width":593,"height":333}

ଖୋର୍ଦ୍ଧାରେ ଜିତୁ ମିତ୍ରଙ୍କ ପ୍ରତି ଜନ ସମର୍ଥନକୁ ଦେଖି ୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏମିତିରେ ଦଳ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କୁ କେମିତି ସନ୍ତୁଷ୍ଟ କରିବ ତାକୁ ବି ଦେଖିବାର କଥା ।

{"id":92624,"width":593,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.