Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଜୁବିନ୍‌ ନୌଟିଆଲ୍‌ଙ୍କ ‘ଦିଲ୍‌ ଗଲ୍‌ତି କର ବୈଠା ହୈ…’ ଗୀତ ଉପରେ ଚୋରି ଅଭିଯୋଗ, ପାକିସ୍ତାନରେ କରାଯାଉଛି ଟ୍ରୋଲ୍‌

28/09/2021 at 7:01 PM

ମୁମ୍ୱାଇ, ୨୮/୦୯: ନିକଟଅତୀତରେ ଜୁବିନ୍‌ ନୌଟିଆଲ୍‌ ଏବଂ ନେହା କକ୍କଡ଼ଙ୍କ ଦୁଇଟି ଗୀତ ରିଲିଜ୍‌ ହେବାର କିଛି ସମୟରେ ମଧ୍ୟରେ ଧୁମ୍‌ ମଚାଇଛି । ଜୁବିନ୍‌ ଗାଇଥିବା ଦିଲ୍‌ ଗଲ୍‌ତି କର ବୈଠା ଗୀତକୁ ନେଇ ଏବେ ଚର୍ଚ୍ଚା ଧରିଛି । ଏହି ଗୀତରେ ଜୁବିନ୍‌ଙ୍କ ସହିତ ମୌନୀ ରୟଙ୍କୁ ଦେଖିବାକୁ ମିଳିଛି । ଏଥି ମଧ୍ୟରେ ପାକିସ୍ତାନୀ ଗୀତିକାର ଆସିମ ରଜା ଶାୟର ଏକ ଟ୍ୱିଟ୍‌ କରି ଏହି ଗୀତ ତାଙ୍କ ଅନୁମତି ବିନା କପି କରାଯାଇଛି ବୋଲି କହିଛନ୍ତି । ଏହାକୁ ସେ ଜୁବିନ୍‌ ନୌଟିଆଲ୍, ନେହା କକ୍କଡ଼ ଏବଂ ଟି-ସିରଜ୍‌କୁ ଟ୍ୟାଗ୍‌ କରି ସେୟାର କରିଛନ୍ତି । ପାକିସ୍ତାନରୁ ଏହି ଗୀତକୁ ନେଇ ଲୋକେ ଟ୍ୱିଟ୍‌ କରୁଛନ୍ତି । ଯେଉଁଥିରେ ସେମାନେ ପୂର୍ବ ଗୀତ ସହ ଏବେ ରିଲିଜ୍‌ ହୋଇଥିବା ଗୀତକୁ କପି ହୋଇଥିବା ଦର୍ଶାଉଛନ୍ତି ।

ଗୀତିକାର ମୁନ୍ତାଶିରଙ୍କା ନାମ-

ଟି-ସିରିଜ୍‌ ପକ୍ଷରୁ ଅପ୍‌ଲୋଡ୍‌ ହୋଇଥିବା ଗୀତର ଡେସ୍‌କ୍ରିପ୍‌ସନ୍‌ ମୁତାବିକ, ଦିଲ୍‌ ଗଲ୍‌ତି କର୍‌ ବୈଠା ହେ ରେ ଜୁବିନ୍‌ ଗାୟକ, ସୁଫି ଭୋକାଲ୍‌ ଦାନିସ୍‌ ସାବରି, ମ୍ୟୁଜିକ୍‌ ମିତ ବ୍ରୋଜ୍‌ ଏବଂ ଗୀତିକାର ମନୋଜ ମୁନ୍ତାସିର ହୋଇଥିବା ଜଣାପଡ଼ିଛି ।

ଆସିମ ରଜା ଶାୟରଙ୍କ ଅଭିଯୋଗ-

ଆସିମ୍‌ ରଜା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୁଁ ପାକିସ୍ତାନର ସେହି ମହାନ୍‌ ସଙ୍ଗୀତ ନିର୍ମାତାଙ୍କ ମଧ୍ୟରେ ସାମିଲ୍‌ ଅଛି ଯେଉଁମାନେ ଜଣାଶୁଣା ଗୀତକୁ ବିନା ଶ୍ରେୟ ଦେଇ କପି କରୁଛନ୍ତି । କିନ୍ତୁ ଏଥରର ଠକ ହେଉଛନ୍ତି ଟି-ସିରିଜ୍‌, ଜୁବିନ୍‌ ନୌଟିଆଲ୍, ନେହା କକ୍କଡ଼ । ସେମାନେ ମୋ ଗୀତକୁ ଭଲ ଭାବେ ବର୍ବାଦ କରିଦେଇଛନ୍ତି ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି ।       

   Related Posts