ବିଜେପୁରକୁ ନେଇ କଂଗ୍ରେସରେ ବିଦ୍ରୋହ, ଯୁଦ୍ଧଂ ଦେହି ଡକରା ଦେଇଛନ୍ତି ରିପୁନାଥ ସେଠ

Published By : Prameya-News7 Bureau | September 29, 2019 IST

ଭୁବନେଶ୍ୱର ୨୯।୦୯ - ବିଜେପୁରକୁ ନେଇ କଂଗ୍ରେସରେ ବିଦ୍ରୋହ । ‌ ସୋମବାରରେ  ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଯୁଦ୍ଧଂ ଦେହି ଡକରା ଦେଇଛନ୍ତି ରିପୁନାଥ ସେଠ । ଦିଲ୍ଲୀପ ପଣ୍ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ରିପୁ ନାଥ। ଏଯାହାର ଜବାବ ରଖିଛନ୍ତି ପିସିସି ସଭାପତି ପିରଞ୍ଜନ ପଟ୍ଟନାୟକ ।

ବିଜେପୁର​‌ରେ କଂଗ୍ରେସରେ  ବିଦ୍ରୋହ। ବିଦ୍ରୋହର ହୁଂକାର ଦେଇଛନ୍ତି ବିଜେପୁର ବରିଷ୍ଠ ନେତା ତଥା ଦଳର ପୂର୍ବ ପ୍ରାର୍ଥୀ ରିପୁନାଥ ସେଠ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି । କହିଛନ୍ତି ୨୦୧୭ ଉପନିର୍ବାଚନର ଭୁଲକୁ ପୁଣି ରିପିଟ କରାଯାଇଛି। କଂଗ୍ରେସକୁ ମୂଳପୋଛ କରିବାକୁ ଚକ୍ରାନ୍ତ କରାଯାଇଛି।ଯାହାର ନମୁନା ହେଲା ଦଳ ଦିଲ୍ଲିପ ପଣ୍ଡାକୁ ଟିକେଟ ଦେବା। ବିପର୍ଯୟ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ନାକରି ମୁଁ କଂଗ୍ରେସର ଇଜତ ରଖିଲି ବୋଲି ରିପୁନାଥ କହିଛନ୍ତି। ଏବେ ନିର୍ବାଚନ ତାଙ୍କୁ ପ୍ରାର୍ଥୀ ତ କଲାନି କୌଣସି ଦାୟିତ୍ବ ବି ଦେଇନି। ଯାହାକୁ ନେଇ ରିପୁନାଥ ସେଠ ପ୍ରଶ୍ନ କରିଛନ୍ତି।

{"id":164259}

ପିସିସି ସଭାପତିଙ୍କ କିନ୍ତୁ ଟେନସନ ନାହିଁ। ବିଜେପୁରରେ ଦିଲ୍ଲୀପ ପଣ୍ଡାଙ୍କୁ ନେଇ କୌଣସି ଅସେନ୍ତୋଷ ନାହିଁ । ଯିଏ ଅସନ୍ତୋଷ ପ୍ରକାଶ କରୁଛନ୍ତି ତାହା ବ୍ୟକ୍ତିଗତ ବୋଲି କହିଛନ୍ତି ପିସିସି ସଭାପତି। ବରଂ ସେ କଂଗ୍ରେସ କର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଯଦି ସେମାନେ କଂଗ୍ରେସର ସଚ୍ଚୋଟ କର୍ମୀ  ହୋଇଥିବେ ତାହେଲେ ଦଳ ଯାହାକୁ ପ୍ରାର୍ଥୀ କରିଛି ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ନିରଞ୍ଜନ।

{"id":164260}

୨୦୧୭ ବିଜେପୁର ଉପନିର୍ବାଚନ ପ୍ରଣୟ ସାହୁଙ୍କୁ କଂଗ୍ରେସ  ପ୍ରାର୍ଥୀ କରିଥିଲା। ହେଲେ ସେ ଅମାନତ ହରାଥିଲେ ।୨୦୧୯ ସାଧରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ କଂଗ୍ରେସରୁ ରିପୁନାଥ ସେଠ ପ୍ରାର୍ଥୀ ହୋଇ ୧୪ହଜାର ଭୋଟ ପାଇଥିଲେ। ଏଥର ରିପୁନାଥ ତାଙ୍କ ପୁଅ ଅଭିଷେକ ସେଠକୁ ପ୍ରାର୍ଥୀ କରାଇବାକୁ ଚାହୁଥିଲେ । କିନ୍ତୁ ଦଳ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିବାରୁ ଏବେ ଅସନ୍ତୋଷ ଦାନା ବାନ୍ଧିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.