ତ୍ରିକୋଣୀୟ ପ୍ରେମ କାହଣୀ , ବିବାହିତା ପୁରୁଷର ସ୍ତ୍ରୀ ଓ ପ୍ରେମିକା ଥାନାରେ ଲାଗିଲେ କଳି

Published By : Prameya-News7 Bureau | April 01, 2019 IST

ଜାମସେଦପୁର ୧/୪- ପୂର୍ବ ସିଂଭୂମି ଜାମସେଦପୁରରେ ଏକ ଅଜବ ପ୍ରେମ କାହଣୀ ।  ଇଏ କୌଣସି ଟିନଏଜର ଲଭ ଷ୍ଟୋରୀ ନୁହେଁ । ତିନି ବିବାହିତଙ୍କ ମଧ୍ୟରେ ତ୍ରିକୋଣୀୟ ପ୍ରେମ କାହାଣୀ  ।

ଜାମସେଦପୁରରେ ରହୁଥିବା ଉମେଶ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ଏହି ଘଟଣାର ମୁଖ୍ୟ ପ୍ରେମିକ । ଉମେଶ ବିବାହିତ । ତାଙ୍କର ୩ଟି ପୁଅ-ଝିଅ ଥିଲେ । ସେ ଚା ପିଇବାକୁ ଚନ୍ଦା ନାମକ ଜଣେ ମହିଳାଙ୍କ ଦୋକାନକୁ ଯାଉଥିଲେ । ଉମେଶଙ୍କ ସହ ଚନ୍ଦାଙ୍କର ହୋଇଯାଇଥିଲା ପ୍ରେମ ।

ଏହି ପ୍ରେମ କାହାଣୀରୁ ଆରମ୍ଭ ହୋଇଥିଲା ଝଗଡ଼ା । ଚନ୍ଦା ଓ ଉମେଶଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂପର୍କକୁ ଉଭୟ ପରିବାର ପକ୍ଷରୁ କରାଯାଇଥିଲା ବିରୋଧ । ଚନ୍ଦାଙ୍କର ୨ଜଣ ସନ୍ତାନ ଥିବାବେଳେ ଉମେଶଙ୍କର ଥିଲେ ତିନିଜଣ ପୁଅଝିଅ । ଉମେଶଙ୍କ ପୁଅ ଝିଅ ସବୁ ବିବାହ କରିସାରିଥିଲେ ମଧ୍ୟ ଏଭଳି କରିବାକୁ ତାଙ୍କ ସ୍ତ୍ରୀ , ଝିଅ ଓ ତାଙ୍କ ପରିବାରଲୋକ ବିରୋଧ କରୁଥିଲେ ।

ଏହି ଘଟଣାରେ ଉମେଶଙ୍କ ସ୍ତ୍ରୀ ଥାନାକୁ ଯାଇ ଏବାବଦରେ ମାମଲା ରୁଜୁ କରିବା ପରେ ଚନ୍ଦାଙ୍କୁ ଡ଼ାକିଥିଲା ପୋଲିସ । ଥାନାରେ ଆପୋଷ ମିଳାମିଶା ହେବା ପୂର୍ବରୁ ଉମେଶଙ୍କ ସ୍ତ୍ରୀ ଓ ଚନ୍ଦାଙ୍କ ଭିତରେ ଲାଗିଥିଲା କଳି । ଉଭୟ ଥାନାରେ ମାଡ଼ଗୋଳ ଲାଗି ରକ୍ତାକ୍ତ ହୋଇଯାଇଥିଲା । ଏହି ଘଟଣାରେ ଥାନାଧିକାରୀ ମଧ୍ୟ ଆହତ ହୋଇଥିବାର ଜଣାଯାଇଛି । ଉଭୟ ପକ୍ଷଙ୍କୁ ବୁଝାଇସୁଝାଇ ଛାଡ଼ିଦେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.