ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

Published By : Prameya-News7 Bureau | March 10, 2021 IST

ଭୁବନେଶ୍ଵର ୧୦।୦୩: ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଯୁବକ  ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ବାଲିଅନ୍ତା ଥାନା ନୂଆସାହି ଗ୍ରାମର ଦୀପକ ରାଉତ । ଦୀପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ  କଟକ ବଡ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ବାଲିପାଟଣା ଥାନା ଦରଡା ଗ୍ରାମରେ ଏକ ବିବାହ ବରଯାତ୍ରୀରେ ଦୀପକ ଯାଇଥିଲେ । ସେହି ବିବାହ ଉତ୍ସବକୁ ଗିରିଙ୍ଗୋ ଗ୍ରାମର ଗୌତମ ମୁଖି ମଧ୍ୟ ଯାଇଥିଲେ । ନୂଆପଡ଼ା ଛକରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଗୌତମ ଉତକ୍ଷୀପ୍ତ ହୋଇ କୌଣସି ଏକ ମାରଣାସ୍ତ୍ରରେ ଦୀପକଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଏଥିରେ ଦୀପକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଦୀପକଙ୍କୁ ସଙ୍ଗେ ସଙ୍ଗେ ଅଡଶପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍.ସି.ବି. କୁ ସ୍ଥାନାନ୍ତର କରାଯାଇଛି  । ଉଭୟ ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.