Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଟ୍ରମ୍ପଙ୍କୁ ଭାରତର କଡା ଜବାବ, ‘ପ୍ରଥମେ ନିଜ ଦେଶ କଥା ଚିନ୍ତା କରିବୁ, ଯେଉଁଠି ଆବଶ୍ୟକ ସେଠାରେ ସାହାଯ୍ୟ କରିବୁ’

7/04/2020 at 10:55 AM

ନୂଆଦିଲ୍ଲୀ, ୦୭|୦୪:  କରୋନା ଭାଇରସ ଆତଙ୍କ ମଧ୍ୟରେ ଅନେକ ଲ୍ୟାବ୍ ଏହି ମହାମାରୀର ଭାକସିନ୍ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଏହି ମହାମାରୀର ସାମ୍ନା କରୁଥିବା ଆମେରିକା ଭାରତଠୁ ସାହାଯ୍ୟ ମାଗିଥିଲା ।  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଭରା ଆଭିମୁଖ୍ୟ ପୋଷଣ ମଧ୍ୟ କରିଥିଲେ । ହାଇଡ୍ରୋକ୍ରୋରୋକ୍ୱିନ୍ ଔଷଧକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହାର ଜବାବ ଦେଇଛି । ପ୍ରଥମେ ଦେଶ କଥା ଚିନ୍ତା କରାଯିବ ପରେ ଅନ୍ୟ ଦେଶ କଥା ଚିନ୍ତା କରାଯିବ ବୋଲି ମନ୍ତ୍ରାଳୟ କହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଆବଶ୍ୟକୀୟ ଔଷଧକୁ ଦେଶରେ ଷ୍ଟକ୍ ରଖିବା ହିଁ ସବୁଠାରୁ ବଡ ପ୍ରାଥମିକତା । ଫଳରେ ଦେଶବାସୀଙ୍କୁ ଏହାର ସୁଫଳ ମିଳିବ । ଫଳରେ ଏହାର ରପ୍ତାନୀକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି । କିନ୍ତୁ ପରିସ୍ଥିତିକୁ ନଜରରେ ରଖି ସରକାର ୧୪ଟି ଔଷଧ ଉପରୁ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ।

ମନ୍ତ୍ରାଳୟ ଅନୁସାରେ, ପାରାସିଟାମଲ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି । ଭାରତ ହେଉଛି ଏହି ଔଷଧର ଭରପୁର ଭଣ୍ଡଡାର । ବିଭିନ୍ନ କମ୍ପାନୀ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଏହି ମହାସଙ୍କଟ ବିରୋଧରେ ବିଶ୍ୱ ଏକଜୁଟ ହୋଇ ଲଢିବ । ଭାରତ ମଧ୍ୟ ଲଗାତାର ପଦକ୍ଷେପ ନେଉଛି । କାରଣ ଭାରତ ବିଭିନ୍ନ ଦେଶର ନାଗରିକଙ୍କ ଜଜୀବନ ରକ୍ଷା କରିଛି ।

ସଚନାଯୋଗ୍ୟ, ଟ୍ରମ୍ପ ଟ୍ୱିଟ କରି ଭାରତ ଯଦି ଔଷଧ ରପ୍ତାନୀ ନକରେ ତେବେ ଏହହାର ଉଚିତ ଜବାବ ଦିଆଯିବ ବୋଲି କହିଥିଲେ । ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଥିଲେ ।

   Related Posts