ପୁଣି ଖାକିରେ ଲାଗିଲା ଛିଟା ; ଚୋରା କୋଇଲା ବଟି ଟଙ୍କାକୁ ନେଇ ଫାଣ୍ଡି ଅଧତ୍କାରୀ ଓ କନେଷ୍ଟବଳଙ୍କ ମଧ୍ୟରେ ଗଣ୍ଡଗୋଳ

Published By : Prameya-News7 Bureau | May 30, 2018 IST

ପୁଣି ଖାକିରେ ଲାଗିଲା ଦାଗ।ପୋଲିସ କର୍ମଚରୀମାନେ କୋଇଲା ମାଫିଆମାନଙ୍କୁ ଠାରୁ ମାସିକିଆ ଚାନ୍ଦା ନିଆଯାଉଥିବା ଯାହାଶୁଣା କଥାରେ ସୀମିତ ଥିଲା ତାହା ସଂପ୍ରତି ବାସ୍ତବରେ ପହଂଚିଛି । ସର୍ବସମ୍ମୁଖରେ ୨ ଜଣ ପୋଲିସ କର୍ମଚରୀ ଚାନ୍ଦା ଭାଗବଂଟାକୁ ନେଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ ହେବା ସହ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ତାହା ପୁଣି ଫାଣ୍ଡି ସମ୍ମୁଖରେ । ନିରବଦ୍ରଷ୍ଟା ଭାବେ ସାଧାରଣ ଜନତା ଦେଖଣାହାରୀ ସାଜିଥିଲେ । ଯଦିଓ କିଛିସମୟ ପରେ ଛଡେଇ ଦେଇଥିଲେ ମଧ୍ୟ ସରି ନଥିଲା ସେମାନଙ୍କର ଝଗଡା ।ଏଭଳି ନିନ୍ଦନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚନ୍ଦବାଲି ବ୍ଲକ ବାଂଶଡା ଥାନା ଅଧୀନତ୍ଵ ଘଂଟେଶ୍ବର ଫାଣ୍ଡିରେ । ଚଳିତମାସ ୨୫ ତାରିଖ ରାତି ପ୍ରାୟ ୯ ଘଟିକା ସମୟରେ ଫାଣ୍ଡି ଅଧତ୍କାରୀ କୈଳାସ ଚନ୍ଦ୍ର ଖୁଂଟିଆ ଓ କନେଷ୍ଟବଳ ତୁଷାର କୁମାର ପଣ୍ଡା ମଧ୍ୟରେ ହୋଇଥିଲା ଏଭଳି ଅଭାବନୀୟ କାଣ୍ଡ ।୨ଶହରୁ ଉର୍ଦ୍ଧ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଦେଖଣାହାରୀ ସାଜିଥିଲେ । ପ୍ରାୟ ଏକ ଘଂଟାକାଳଝଗଡା ଓ ମାଡ ମରାମରି ପରେ ଉଭୟଙ୍କ ପକ୍ଷରୁ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଛି । କନେଷ୍ଟବଳ ତୁଷାର କୁମାର ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ଛୁଟିରେ ଥିବା ଫାଣ୍ଡି ଅଧତ୍କାରୀ ଶ୍ରୀଖୁଂଟିଆ କାର୍ଯ୍ୟରେ ଯୋଗଦାନ କରିବା ପରେ କୋଇଲା ମାଫିଆଙ୍କ ଠାରୁ ଆଦାୟ ହୋଇଥିବା ଚାନ୍ଦାକୁ ନେଇ ତାଙ୍କ ଭାଗ ଜାହିର କରିଥିଲେ । ସବୁ ଟଙ୍କା ନେଇଗଲୁ ବୋଲି ବିଭିନ୍ନ ମହଲର ସେ ଜାଣିବାକୁ ପାଇଛନ୍ତି ଏବଂସେ ଏଠାକାର ଅଧତ୍କାରୀ ତୁଷାରଙ୍କୁ ଟୋକା ଲଗାଇ ମାଡମାରିବ ବୋଲି ଧମକ ଦେଇଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଫାଣ୍ଡି ଅଧତ୍କାରୀ ଶ୍ରୀ ଖୁଂଟିିଆ ମଧ୍ୟ କନେଷ୍ଟବଳ ତୁଷାର ପଣ୍ଡାଙ୍କ ବିରୋଧରେ ଏକ ଅଭିଯୋଗ ଆଗତ କରିଛନ୍ତି । ସେଦିନ ଘଂଟେଶ୍ବର ବଜାରର ପଟ୍ରୋଲିଂ କରିବାଲା ଗିତୁଷାର ପଣ୍ଡା ଓ ବିନୋଦ ପୃଷ୍ଟିଙ୍କ ନାମରେ କମାଣ୍ଡ ସାର୍ଟିଫିକେଟ କରାଯାଇଥିଲା । ଶ୍ରୀ ପଣ୍ଡା ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଉଭୟଏତଲା ହସ୍ତଗତ ହୋଇଛି ଏବଂଏସ୍.ପି.ଙ୍କ ପାଖକୁ ପଠାଇ ଦିଆଯାଇଛି ବୋଲି ବାଂଶଡା ଥାନାଧତ୍କାରୀ ବୀର କିଶୋର ରାଉତ ସୂଚନା ଦେବା ସହ ଉତ୍ଶୃଙ୍ଖଳିତ ଆଚରଣ କରିଥିବା ଉଭୟପୋଲିସ କର୍ମଚରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶକରିଛନ୍ତି । କେବଳ ଚୋରାକୋଇଲା ଚଲାଣକୁ ଏହି ପୋଲିସ ସହାୟତା ଦେଉଛିତାହା ନୁହେଁ,ଏଠାରେ ଅନ୍ୟାନ୍ୟ ଘଟଣାର ପୋଲିସ ମୋଟା ଅଙ୍କର ହାତଖର୍ଚ୍ଚ ନେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟିକରିଛି । ଏ ଘଟଣାଏସ୍.ପି.ଙ୍କ ନିକଟକୁ ଯିବା ପରେଏସ୍.ପି ଚିଠି ସଂଖ୍ୟା- 1128/ଆର୍.ଓରେ ଫାଣ୍ଡି ଅଧତ୍କାରୀଙ୍କୁ ଭଦ୍ରକ ରିଜଭ୍ପୋଲିସ୍କୁ ଟ୍ରାନ୍ସ୍ଫର କରାଯାଇଥିବା ବେଳେ ସଂପୃକ୍ତ କନେଷ୍ଟବଳଙ୍କୁ1129/ଆର୍.ଓଚିଠିବଳରେ ସସ୍ପେଣ୍ଡରୀ ଜାରିକରଯାଇଥିବା ଜନପଦଦଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.