ଭନସାଲିଙ୍କ ଫିଲ୍ମ ‘ଇନଶାଅଲ୍ଲା’ରେ ସଲମାନ ଖାନଙ୍କ ସହ ଅଭିନୟ କରିବେ ଏହି ଅଭିନେତ୍ରୀ : କନଫର୍ମଡ୍

Published By : Prameya-News7 Bureau | March 19, 2019 IST

ମୁମ୍ବାଇ ୧୯/୩: ଏବେ ସଲମାନ ଖାନ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜାଫରଙ୍କ ଫିଲ୍ମ ‘ଭାରତ’ର ଅନ୍ତିମ ପର୍ଯ୍ୟାୟ ସୁଟିଂରେ ବ୍ୟସ୍ତ ଅଛନ୍ତି। ‘ଭାରତ’ରେ ସଲମାନ ଖାନଙ୍କ ସହ କ୍ୟାଟରିନା କୈଫ ଅଭିନୟ କରୁଛନ୍ତି। ସୂଚନା ମିଳିଛି ଯେ ଦୀର୍ଘ ୨୦ବର୍ଷ ପରେ ସଞ୍ଜୟ ଲୀଲା ଭନସାଲି ଏବଂ ସଲମାନ ଖାନ୍ ପୁଣି ଥରେ ଏକା ସାଙ୍ଗରେ କାମ କରିବାକୁ ଯାଉଛନ୍ତି। ଏହି ଖବରକୁ ସଲମାନ ଖାନ୍ ମୋହର ଲଗାଇ ଘୋଷଣା କରିଛନ୍ତି।

{"id":95002,"width":593,"height":329}

ସଲମାନ ଖାନ୍ ନିଜ ସୋଶିଆଳ ମିଡିଆ ଆକାଉଣ୍ଟରେ କହିଛନ୍ତି ଯେ ସେ ଦୀର୍ଘ ୨୦ବର୍ଷ ପରେ ସଞ୍ଜୟଙ୍କ ସହ କାମ କରିବାକୁ ନେଇ ଖୁସି ଅଛନ୍ତି। ସଲମାନ ନିଜ ଟ୍ବିଟରେ ଫିଲ୍ମର ଟାଇଟଲ୍ ବିଷୟରେ ମଧ୍ୟ କହିଛନ୍ତି। ଫିଲ୍ମର ଟାଇଟଲ ନାଁ ହେଉଛି ‘ଇନଶାଅଲ୍ଲାହ’। ସଲମାନଙ୍କ ସହ ଏହି ଫିଲ୍ମରେ ଆଲିୟାଙ୍କୁ ସାଇନ୍ କରାଯାଇଛି।

{"id":95003,"width":590,"height":393}

ଏବେ ଆଲିୟା ଭଟ୍ଟ ସବୁ ବଡ଼ ନିର୍ଦ୍ଦେଶକଙ୍କ ନଜରରେ ଅଛନ୍ତି। ନିକଟରେ ଆଲିୟା ‘ବାହୁବଳୀ’ର ନିର୍ମାତା ଏସଏସ ରାଜାମୈାଲିଙ୍କ ଫିଲ୍ମ ‘ଆରଆରଆର’ ସାଇନ୍ କରିଛନ୍ତି। ଏବେ ସଞ୍ଜୟଙ୍କୁ ଆଲିୟା ମିଳିଯାଇଛନ୍ତି। ଆଲିୟାଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କାରଣ ସେ ଏଥିରେ ସଲମାନ ଖାନଙ୍କ ଭଳି ନାମୀନାମୀ ଅଭିନେତାଙ୍କ ସହ ରୋମାନ୍ସ କରିବେ ଏବଂ ସଞ୍ଜୟଙ୍କ ନିର୍ଦ୍ଦେଶନାରେ କାମ କରିବେ।

{"id":95004,"width":593,"height":382}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.