୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ: ଡିଜିପି କହିଲେ, ‘ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି’
27/12/2020 at 5:41 PM

ଭୁବନେଶ୍ବର୨୭/୧୨: ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି। ପୁଲିସ ଡିଜି ଅଭୟ ଏହି ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ଓଡ଼ିଶା ପୋଲିସର ବିଭିନ୍ନ ପଦକ୍ଷେପକୁ ଡିଜିପି ପ୍ରଶଂସା କରିଛନ୍ତି।ମାଓ ଦମନ କ୍ଷେତ୍ରରେ ପୋଲିସ ଭଲ କାମ କରିଛି।
୫-ଟି ପଦକ୍ଷେପ ପ୍ରଶଂସନୀୟ, ଏହା ପୋଲିସକୁ ଉତ୍ସାହ ଦେଇଛି।ଓଡ଼ିଶା ପୋଲିସ ଆଗରେ ଅନେକ ଚ୍ୟାଲେଞ୍ଜ୍ ରହିଛି।ମହିଳା ଓ ଶିଶୁଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ଡିଜିପି କହିଛନ୍ତି। କରୋନା ନିୟନ୍ତ୍ରଣରେ ମଧ୍ୟ ପୁଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା।୨୦୨୦ରେ ଆଇନ ଶୃଂଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଚୋରା ନିଶା କାରବାର ରୋକିବାରେ ପୋଲିସ ସଫଳ ହୋଇଛି।
୨୦ ହଜାର କେଜି ଗଞ୍ଜେଇ ଜବତ ହୋଇଛି। ୩୪ କେଜି ବ୍ରାଉନସୁଗାର ଜବତ ହୋଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମ୍ମିଳନୀରେ ଓଡିଶା ପୁଲିସକୁ ଭୁରି ଭରି ପ୍ରଶଂସା କରିଥିଲେ ଡିଜିପି ଅଭୟ।