Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଅଭିଯୁକ୍ତ ଅଭିଜିତକୁ ମିଳିଲା ସର୍ତ୍ତମୂଳକ ଜାମିନ୍ : ୨୮ତାରିଖରେ କୋଣାର୍କ ଥାନାରେ ହେବ ହାଜର

20/09/2018 at 4:42 PM

ନୂଆଦିଲ୍ଲୀ ୨୦|୯:  ଓଡିଶା ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ ଆୟାର ମିତ୍ରକୁ ଦିଲ୍ଲୀର ସାକେତ କୋର୍ଟ ଟ୍ରାଞ୍ଜିଟ୍ ଜାମିନ ପ୍ରଦାନ କରିଛନ୍ତି । ଓଡିଶା ପୁଲିସ ଆବଶ୍ୟକୀୟ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିପାରିନଥିବାରୁ ଅଭିଜିତକୁ ଏକ ଲକ୍ଷ ଟଙ୍କା ସିୟୋରିଟି ସର୍ତ୍ତରେ ବିଚାରପତି ମନୀଶ ଖୁରାନିଆ ଟ୍ରାଞ୍ଜିଟ୍ ଜାମିନ ପ୍ରଦାନ କରିଛନ୍ତି । ଫଳରେ ଅଭିଜିତକୁ ତିନି ଦିନିଆ ରିମାଣ୍ଡରେ ନେବା ପାଇଁ ଚାହୁଁଥିବା ଓଡିଶା ପୋଲିସକୁ ଝଟକା ଲାଗିଛି । ତେବେ ଆସନ୍ତା ୨୮ତାରିଖରେ କୋଣାର୍କ ଥାନାରେ ହାଜର ହେବା ପାଇଁ ଅଭିଜିତଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ କୋଣାର୍କ ସଂପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ପରିପ୍ରେକ୍ଷୀରେ ଅଭିଜିତ ଆୟାରଙ୍କ ବିରୋଧରେ କୋଣାର୍କ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେହିଭଳି ଚିଲିକାରେ ପରିବେଶ ଆଇନ ଉଲଂଘନ କରିଥିବା ନେଇ ଅରଖକୁଦ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା । ଏପରିକି ପୁଲିସ ନିକଟରେ ହାଜର ହେବା ପାଇଁ ମଧ୍ୟ ପୁରୀ ପୋଲିସ ଜାରି କରିଥିବା ସମନକୁ ମଧ୍ୟ ଅଭିଜିତ ଖାତିର କରିନଥିଲେ । ଫଳରେ ପୁରୀ ଓ କୋଣାର୍କର ଦୁଇଜଣ ପୁଲିସ ଅଧିକାରୀ ଅଭିଜିତଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ଯାଇଥିଲେ । ଆଜି ନିଜାମୁଦ୍ଦିନ ଥାନା ମାଧ୍ୟମରେ ସମନ ଜାରି କରି ଅଭିଜିତଙ୍କୁ ଥାନାକୁ ଡକାଯାଇଥିଲା । ପଚରା ଉଚରା ପରେ ତାଙ୍କୁ ଗିରଫ କରି ସାକେତ କୋର୍ଟରେ ହାଜର କରାଯାଇଥିଲା ।

   Related Posts