Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ବ୍ରାହ୍ଣଣୀ ନଦୀରେ ଦ୍ବିତୀୟ ସେତୁ: ଯାହା ପାଇଁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ, ଜାଣନ୍ତୁ ତା ସ୍ଥିତି ଆଜି କଣ…

30/11/2018 at 6:23 PM

ରାଉରକେଲା ୩୦|୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡ଼କରି ରାଉରକେଲାରେ ଦ୍ବିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିଥିଲେ । କିଛି ଦିନ କାମ ଚାଲିବା ପରେ ଏବେ କାମ୍ ଠପ୍ । ଏହି ବ୍ରିଜ୍ କାମକୁ ନେଇ ବିଧାୟକ ପଦ ସହ ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଦିଲ୍ଲୀପ ରାୟ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କିନ୍ତୁ କହୁଛନ୍ତି ବ୍ରିଜ୍ କାମ ଚାଲିଛି ।

ଏ ଦୃଶ୍ୟ ସେହି ସ୍ଥାନର, ଯେଉଁଠି ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ ପାଇଁ ସ୍ଥିର ହୋଇଛି । କିଛି ଦିନ ଠିକା ସଂସ୍ଥା କାମ କଲା । ହେଲେ ଏବେ ସବୁ ଠପ୍ । ମାନେ କିଛି ଦିନ କାମ ହେବା ପରେ କାମ ବନ୍ଦ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ବି କାମ ନହେବା ଯୋଗୁଁ ବିଧାୟକ ପଦ ସହ ବିଜେପିରୁ ଇସ୍ତଫା ଦେଇଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କିନ୍ତୁ କହୁଛନ୍ତି ବ୍ରିଜ୍ କାମ ଚାଲିଛି ।

ବାସ୍ତବତା ହେଲା ଗୁରୁବାର ବ୍ରିଜ୍ ପାଇଁ ଉଚ୍ଛେଦ କାମ ଆରମ୍ଭ ହୋଇଛି । ରାଉରକେଲା ପ୍ରଶାସନ ଜବରଦଖଲ  ଉଚ୍ଛେଦ କରି ଏନ୍‌ଏଚ୍‌ଆଇକୁ ଜମି ହସ୍ତାନ୍ତର ପାଇଁ ଚଳାଇଛି ଯୋଜନା । ଜମି ହସ୍ତାନ୍ତର ପରେ ବ୍ରିଜ୍ କାମ ଆରମ୍ଭ ହେବ ବୋଲି କହିଛନ୍ତି ଏନ୍‌ଏଚ୍‌ଆଇ ପ୍ରକଳ୍ପ ଅଧିକାରୀ । ଜମି ମିଳିବାର ଦେଢ ବର୍ଷରୁ ଦୁଇ ବର୍ଷ ମଧ୍ୟରେ କାମ ସରିବ ବୋଲି ପ୍ରକଳ୍ପ ଅଧିକାରୀ କହିଛନ୍ତି ।

ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁକୁ ନେଇ ଚାଲିଛି ରାଜନୀତି । କିଏ କରିବ,  କିଏ ନାଁ ନେବ ତାକୁ ନେଇ ଚାଲିଛି କସରତ । ଆଉ ଏହାରି ଭିତରେ ପେଶି ହେଉଛନ୍ତି ରାଉରକେଲାବାସୀ ।

   Related Posts