ଲଗାଣ ବର୍ଷାରେ ଛାତରୁ ଖସୁଛି କଂକ୍ରିଟ୍ ଖଣ୍ଡ, ବିପଦରେ ପରିବାର

Published By : Prameya-News7 Bureau | September 14, 2021 IST

ଆନନ୍ଦପୁର, ୧୪/୦୯: ଲଘୁଚାପ କାରଣରୁ ୩ଦିନ ଧରି ଆନନ୍ଦପୁରରେ ବର୍ଷା ଲାଗିରହିଛି । ବର୍ଷାରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଥିବା ବେଳେ ପୌରପରିଷଦର ୧୨ନଂ ଓ୍ବାର୍ଡ ଶାଳପଡା ଗାଁର କୃଷ୍ଣଚନ୍ଦ୍ର ଦାଶଙ୍କ ପରିବାର ଏବେ ବିପଦରେ ।

ଲଗାଣ ବର୍ଷା କାରଣରୁ କୃଷ୍ଣଚନ୍ଦ୍ରଙ୍କ ଘର ଛାତରୁ ବଡବଡ କଂକ୍ରିଟ୍ ଖସୁଛି । ଯାହାକି ପରିବାର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । କେଉଁ ମୁହୁର୍ତ୍ତରେ ବଡଧରଣର ଅଘଟଣ ଘଟିବ ତାହା କହିବା ମୁସ୍କିଲ୍ । ବାପ-ଜେଜେବାପ ଅମଳର ଏହି ପୁରଣା ଘରକୁ କଷ୍ଟେମଷ୍ଟେ ମରାମତି କରି ରହୁଛନ୍ତି ପରିବାର । ଜୀବନକୁ ବିପଦ ଥିବାରୁ ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଛନ୍ତି କୃଷ୍ଣଚନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.