ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଇସ୍ପାତ ସମ୍ମିଳନୀ ଉଦଘାଟିତ; ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 23, 2018 IST

ଭୁବନେଶ୍ୱର ୨୩/୧୦ : ଆଜି ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଇସ୍ପାତ ସମ୍ମିଳନୀ ଆରମ୍ଭ ହୋଇଛି | ସମ୍ମିଳନୀକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ ୩ କେନ୍ଦ୍ରମନ୍ତ୍ରୀ, ଭାରିଶିଳ୍ପ ଓ ସାଧାରଣ ଉଦ୍ଦ୍ୟେଗ ମନ୍ତ୍ରୀ ଅନନ୍ତ ଗଙ୍ଗାରାମ ଇତେ ଏବଂ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ | ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ | ଏଥିସହ ୮ରୁ ଅଧିକ ରାଷ୍ଟ୍ରର ୩୦୦ ପ୍ରତିନିଧି ସମ୍ମିଳନୀରେ ଭାଗ ନେଇଥିଲେ | ଇସ୍ପାତ କ୍ଷେତ୍ରରେ ମୌଳିସ ସାମଗ୍ରୀର ଘରୋଇ କ୍ଷମତା, ସାମର୍ଥ୍ୟ ନିର୍ମାଣ ଓ ବିନିର୍ମାଣକୁ ପ୍ରୋତ୍ସାହନ ଦେବାକୁ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀ ଏକ ଉପଯୁକ୍ତ ପ୍ଲାଟଫର୍ମ ହେବ | ତେବେ ଶିଳ୍ପ ସଂଘ CII ଓ ମେକନ୍ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି | ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ କହିଛନ୍ତି ଏବେ ଦେଶରେ ୧୧୭ ମିଲିଅନ ଟନ ଇସ୍ପାତ ଉତ୍ପାଦନ ହେଉଛି | ଆଗାମୀ ୧୦ ବର୍ଷ ଭିତରେ ୧୩୦ ମିଲିଅନ ଟନ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ ରଖାଯାଇଛି | ଯେଉଁଥିରେ ଏକ ତୃତୀଆଂଶ ଭାଗିଦାରୀ ଓଡିଶା ହେବ | ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଓଡିଶାରେ ଷ୍ଟିଲ ପାର୍କ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.