Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିଜୁଳି ସ୍ଥିତି ନେଇ ଚିନ୍ତିତ ସିଦ୍ଧୁ, ସେପଟେ ନିଜ ଉପରେ ବକେୟା ଅଛି ୮.୬୭ ଲକ୍ଷ ବିଲ୍, ଅମରିନ୍ଦର ସିଂହ ସରକାରଙ୍କୁ ଦେଉଛନ୍ତି ଉପଦେଶ

2/07/2021 at 11:07 PM

ଚଣ୍ଡିଗଡ ୦୨।୦୭:  ନିଜ ଉପରେ ବକୈୟା ଅଛି ଲକ୍ଷ ଲକ୍ଷ ବିଜୁଳି ବିଲ୍। ସେପଟେ କ୍ୟାପଟେନ୍ ସରକାରଙ୍କୁ ଦେଉଛନ୍ତି ଉପଦେଶ। ବିଲ୍ ପୈଠ ତାରିଖ ଗଡିବାରେ ଲାଗିଛି, କିନ୍ତୁ ବକେୟା ବିଲ୍ ଉପରେ ପଦୁଟିଏ କହୁନାହାନ୍ତି ସିଦ୍ଧୁ। କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କ୍ରମାଗତ ଅନେକ ମାମଲାରେ ନିଜ ସରକାରଙ୍କୁ କାଠଗଡାରେ ଛିଡା କରାଇବାକୁ ଉଦ୍ୟମ କରିଛନ୍ତି। ନିକଟରେ ସେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସରକାରଙ୍କ ଉପରେ ରାଜ୍ୟରେ ବିଜୁଳି ସ୍ଥିତିକୁ ନେଇ ସମାଲୋଚନା କରିଥିଲେ। ହେଲେ ପଞ୍ଜାବରେ ବିଜୁଳି ସ୍ଥିତି ଉପରେ ଚିନ୍ତା ବ୍ୟକ୍ତ କରୁଥିବା ସିଦ୍ଧୁଙ୍କ ଉପରେ ଆଠ ଲକ୍ଷରୁ ଅଧିକ ଟଙ୍କାର ବିଜୁଳି ବକେୟା ରହିଛି।

ପଞ୍ଜାବ ରାଜ୍ୟ ବିଦ୍ୟୁତ୍ ନିଗମ ଲିମିଟେଡ୍‌(ପିଏସପିସିଏଲ)ର ଓ୍ଵେବସାଇଟ୍‌ ଅନୁଯାୟୀ, ଅମୃତସର ସ୍ଥିତ ସିଦ୍ଧୁଙ୍କ ଘର ଉପରେ ବିଜୁଳି ବିଲ୍ ହିସାବରେ ୮, ୬୭, ୫୪୦ ଟଙ୍କାର  ବକେୟା ରହିଛି। ସିଦ୍ଧୁ ଏ ପର୍ଯ୍ୟନ୍ତ ଏହି ବକେୟା ବିଲ୍ ଜମା କରି ନାହାନ୍ତି। ବିଲ୍ ପୈଠ କରିବାର ଆଜି ଥିଲା ଶେଷ ତାରିଖ। ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସିଦ୍ଧୁ ଏହି  ବିଷୟରେ ପ୍ରତିକ୍ରିୟା ଦେବାକୁ ଉପଲବ୍ଧ ହୋଇ ନାହାନ୍ତି।

ପଞ୍ଜାବରେ  ବିଜୁଳି ସଙ୍କଟ ମଧ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଶିରୋମଣି ଅକାଳି ଦଳ-ବିଜେପିର ପୂର୍ବ ସରକାର ସମୟରେ ବିଜୁଳି କ୍ରୟ ରାଜିନାମା(ପିପିଏ) ରଦ୍ଦ କରି ନୂତନ ଆଇନ ଆଣିବାକୁ ସିଦ୍ଧୁ ଅପିଲ୍ କରିଛନ୍ତି। ସିଦ୍ଧୁ କହିଛନ୍ତି, ଯଦି ରାଜ୍ୟ ସଠିକ୍ ଦିଗରେ କାମ କରେ ତେବେ ପଞ୍ଜାବରେ ବିଜୁଳି କାଟ୍ ସ୍ଥିତି ଉପୁଜିବ ନାହିଁ।

ରାଜ୍ୟ ସରକାର ଗୁରୁବାର ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟରେ ଏକ ନିର୍ଦ୍ଧାରିତ ସମୟରେ ଶୁକ୍ରବାରଠୁ  ବିଜୁଳି କାଟ କରିବା ଏବଂ ଅଧିକ ବିଜୁଳ ଖର୍ଚ୍ଚ କରୁଥିବା ଉଦ୍ୟୋଗକୁ ବିଜୁଳି ଯୋଗାଣ ହ୍ରାସ କରିବାକୁ ଆଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବିଜୁଳିର ଉଚିତ୍ ବ୍ୟବହାର କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ସଂପ୍ରତି ବିଜୁଳି ସ୍ଥିତି ଗମ୍ଭୀର ରହିଛି। ରାଜ୍ୟରେ ବର୍ତ୍ତମାନ ବିଜୁଳି ଚାହିଦା ୧୪,୫୦୦ ମେଗାଓ୍ଵାଟରେ ପହଞ୍ଚି ଯାଇଥିବା ଅମରିନ୍ଦର ସିଂହ କହିଛନ୍ତି।

   Related Posts