Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଇକ ଦୁର୍ଘଟଣାରେ ଆଉ ପ୍ରାଣ ହରାଇବେନି ଚାଳକ, ଖୁବ୍ ଶୀଘ୍ର ଆସିବ ନୂଆ ଟେକନିକ୍

25/04/2019 at 7:46 PM

ବାଇକ୍ ଦୁର୍ଘଟଣାରେ ପ୍ରାୟତଃ ଆରୋହୀ ପ୍ରାଣ ହରାଇଥାନ୍ତି ଅଥବା ଗୁରୁତର ଆଘାତ ଯୋଗୁ ସାରା ଜୀବନ ଅକ୍ଷମ ହୋଇଯାଆନ୍ତି। ମୁଣ୍ଡରେ ଆଘାତ ଲାଗିବା ଯୋଗୁ ଏଭଳି ହୋଇଥାଏ । ତେବେ କାର ଭଳି  ଏବେ ବାଇକରେ ମଧ୍ୟ ସେଫ୍ଟି  ଏୟାର ବ୍ୟାଗ ଲାଗିବ । ଯାହା ଦୁ୍ର୍ଘଟଣା ବେଳେ ଆରୋହୀଙ୍କୁ ଗୁରୁତର ଆଘାତରୁ ସୁରକ୍ଷା ଯୋଗାଇ ଦେବ।

ନ୍ଯୁୟର୍କସ୍ଥିତ ଛେଡର କମ୍ପାନୀ ସଂସ୍ଥାପକ ତଥା ସିଇଓ ଜନ ଷ୍ଟିନବର୍ଗ ତାଙ୍କ ସୋସିଆଲ ପେଜରେ ଏ ନେଇ ତାଙ୍କର କନସେପ୍ଟ ଭିଡିଓ ସେୟାର କରିଛନ୍ତି । ଏହି କନସେପ୍ଟକୁ ଏୟାର ବ୍ୟାଗ୍ ଫର ବାଇକ୍ ନାମ ଦିଆଯାଇଛି। ଏହି ଏୟାରବ୍ୟାଗ୍ ଏକ ବେଲ୍ଟରେ ରହିବ, ଯାହା ରାଇଡିଂ ସିଷ୍ଟମ ଓ ସିଟ୍ କୁ ସୁରକ୍ଷିତ କରିବ। ବାଇକ ଚଳାଇବା ବେଳେ ଚାଳକ ଏହି ବେଲ୍ଟ ପିନ୍ଧିବେ। ଗାଡି ଚଳାଉଥିବା ବେଳେ ଯଦି ଦୁର୍ଘଟଣା ଘଟିବ ତେବେ ବେଲ୍ଟରୁ ଏୟାରବ୍ୟାଗ ବାହାରି ଚାଳକଙ୍କୁ କଭର କରିନେବ।

ଏହି ଏୟାର ବ୍ୟାଗରେ ମୋସନ ସେନସର ରହିବ। ଯାହା ବିପଦ ବେଳେ ମନକୁ ମନ ଆକ୍ଟିଭେଟ ହୋଇଯିବ। ତେବେ ଏହି କନସେପ୍ଟ କେବେ ସତ୍ୟରେ ରୂପାନ୍ତର ହେବ ସେ ନେଇ ଛେଡରର ସିଇଓ କୌଣସି ସମୟସୀମା ଦେଇନାହାନ୍ତି । ଏଣୁ ଏଭଳି ଏୟାରବ୍ୟାଗ ସିଷ୍ଟମ ସବୁ କେଉଁ ବାଇକରେ ମିଳିବ ଓ ତାର ମୂଲ୍ୟ କେତେ ହେବ ସେ ନେଇ ମଧ୍ୟ ବିସ୍ତୃତ ସୂଚନା ମିଳି ପାରିନାହିଁ ।

   Related Posts