Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସରକାର କା ମାଲ…ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର

10/07/2019 at 7:15 PM

ଭଦ୍ରକ ୧୦/୭: ଭଦ୍ରକ ଜିଲ୍ଲାର ଅନେକ ପ୍ରାଥମିକ ବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର । ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନାହିଁ କି କମ୍ପ୍ୟୁଟର ଶିକ୍ଷକ ନାହାନ୍ତି ।  ଏହି ଖବର ନ୍ୟୁଜ7ରେ ପ୍ରସାରଣ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରାଥମିକ ସ୍କୁଲରେ କମ୍ପ୍ୟୁଟର ବର୍ଷ ବର୍ଷ ପଡି ରହି ଖତ ହେବା  ଖବରକୁ ସାଧାରଣ ଲୋକେ ହଜମ କରି ପାରୁ ନାହାନ୍ତି । ଭଦ୍ରକ ରାହାଞ୍ଜ ଏବଂ ଅସୁରା ସ୍କୁଲରେ କମ୍ପ୍ୟୁଟର ସବୁ କେମିତି କଭର ଘୋଡ଼ା ହୋଇ ଥୁଆହୋଇଛି ଚାଲନ୍ତୁ ଦେଖିବା।

କ୍ଲାସ ରୁମ୍ ଭିତରେ କଭର ଘୋଡ଼ା ହୋଇ ଥୁଆ ହୋଇଛି କଂପ୍ୟୁଟର ।  ଟେବୁଲରେ ଲାଇନ ହୋଇ ରହିଛି ଛଅଟି କଂପ୍ୟୁଟର ଓ ଗୋଟିଏ  ପ୍ରିଣ୍ଟର ।  ଏତକ କିଣା ଯାଇଛି ସାଢେ ତିନି ଲକ୍ଷ ଟଙ୍କାରେ । ସାଂସଦ ଅନୁଭବ ମହାନ୍ତିଙ୍କ ହାତପାଣ୍ଠିରୁ ଏହି କଂପ୍ୟୁଟର କିଣାଯାଇଛି । ଦେଖନ୍ତୁ କେମିତି ବହଳ ବହଳ ମଇଳା ଜମିଗଲାଣି ଏସବୁ ସାମଗ୍ରୀ ଉପରେ । ଭଦ୍ରକ ସଦର ବ୍ଲକ ରାହାଂଜ ଓ ଅସୁରା ପ୍ରାଥମିକ ବିଦ୍ୟାଳୟରେ  ଏହି ସବୁ କଂପ୍ୟୁଟର ଖତ ହେଉଛି ।  ସ୍କୁଲରେ  ବିଦ୍ୟୁତ୍ ସଂଯୋଗ ନାହିଁ  । କମ୍ପ୍ୟୁଟର ଟିଚର ବି ନାହାଁନ୍ତି ।

ବିଦ୍ୟାଳୟକୁ କଂପ୍ୟୁଟର ଦେଇଦେଲେ କାମ ସରିଲା ।  ଚାଲୁଛି କି ନାହିଁ, କେମିତି ଚାଲୁଛି କିଏ ଚଳାଉଛି , ସେ କଥା ତଦାରଖ କରି ନାହିଁ ଭଦ୍ରକ ଜିଲ୍ଲା ପ୍ରଶାସନ । ଟେଣ୍ଡର ହୋଇ କଂପ୍ୟୁଟର କିଣାଯାଇଛି ବୋଲି ଜିଲ୍ଲାପାଳ କହୁଛନ୍ତି  । ତେବେ କାହା ପାଇଁ କିଣାଯାଇଛି , କିଏ ଉପକୃତ ହେଉଛି ସେ କଥା ବୁଝିବାକୁ କାହାର ବେଳ ନାହିଁ । ବିଦ୍ୟୁତ ସଂଯୋଗ, କଂପ୍ୟୁଟର ଶିକ୍ଷକ ନଥିବା ସ୍କୁଲକୁ ସାଢ଼େ ୩ ଲକ୍ଷ ଟଙ୍କାର କମ୍ପ୍ୟୁଟର ଦେବାକୁ ସାଂସଦଙ୍କୁ କିଏ କହିଥିଲା, ସେକଥା ବି ଜଣା ନାହିଁ ।

 

   Related Posts