Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

25/02/2021 at 3:37 PM

ଭଦ୍ରକ ୨୫।୨: ପୁନଃ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ କମ୍ପ୍ୟୁଟର ଶିକ୍ଷକମାନେ ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ଜିଲ୍ଲାରେ ୧୭୪ଟି ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ବନ୍ତ ଛକ ନିକଟରୁ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ଶିକ୍ଷକମାନେ ନିଯୁକ୍ତି ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ କରୁଥିଲେ । ଏନେଇ ସରକାରଙ୍କ ପକ୍ଷରୁ କମ୍ପ୍ୟୁଟର ଶିକ୍ଷାଦାନ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଭିତ୍ତିଭୂମିର ବିକାଶ ମଧ୍ୟ ହୋଇଥିଲା । ଏହି ଶିକ୍ଷାଦାନ ବ୍ୟବସ୍ଥା ଜିଲ୍ଲାର ସମସ୍ତ ୧୭୪ଟି ବିଦ୍ୟାଳୟରେ ୫ବର୍ଷ ଧରି ହେବା ପରେ ତାହା ହଠାତ୍ ବନ୍ଦ କରିଥିଲେ ସରକାର । ଫଳରେ ବର୍ତ୍ତମାନ ବହୁମୂଲ୍ୟ କମ୍ପ୍ୟୁଟର ଉପକରଣଗୁଡିକ ଖତ ଖାଉଛି । ଛାତ୍ରଛାତ୍ରୀମାନେ ଆଉ କମ୍ପ୍ୟୁଟର ଶିକ୍ଷା ପାଇପାରୁ ନାହାନ୍ତି ।

ଅନ୍ୟପକ୍ଷରେ ଏହି ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକମାନଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପୁନଃ ନିଯୁକ୍ତି, ସ୍ଥାୟୀ ନିଯୁକ୍ତି, କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବାଧ୍ୟତାମୂଳକ କରିବା ସହ ୫ଗୋଟି ଦାବି ନେଇ ଏହି କମ୍ପ୍ୟୁଟର ଶିକ୍ଷକମାନେ ଶୋଭାଯାତ୍ରା କରିବା ସହ ଏକ ଦାବିପତ୍ର ପ୍ରଦାନ ଦେଇଥିଲେ । ଅନ୍ୟପକ୍ଷରେ ଏହି ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରହିବ ବୋଲି କମ୍ପ୍ୟୁଟର ଶିକ୍ଷକଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

   Related Posts