Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ମନ୍ତ୍ରୀ ଦେଲେ ଭରସା, ଖୁବ୍‌ଶୀଘ୍ର ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି

12/12/2019 at 10:44 AM

ବାଲିପାଟଣା ୧୨।୧୨: ହାଇସ୍କୁଲ୍‌ରେ ଖୁବଶୀଘ୍ର ନିଯୁକ୍ତି ପାଇବେ କମ୍ପ୍ୟୁଟର ଶିକ୍ଷକ । ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ସରକାର । ରାଜ୍ୟରେ ୪ ହଜାର ସ୍କୁଲ୍‌ iCT-Labରେ ଖାଲି ପଡ଼ିଛି ପଦବୀ । ଗତ ଏପ୍ରିଲ ମାସରୁ ସ୍କୁଲଗୁଡିକରେ ଥିବା iCT-Lab ବନ୍ଦ ହୋଇଯାଇଛି । ଲ୍ୟାବରେ କାର୍ଯ୍ୟରତ କମ୍ପ୍ୟୁଟର ସଂଯୋଜକ ମାନଙ୍କର ୫ ବର୍ଷିଆ କାର୍ଯ୍ୟକାଳ ଅବଧି ଶେଷ ହୋଇଯିବାରୁ ସେମାନଙ୍କୁ କମ୍ପାନୀ ଛଟେଇ କରିଥିଲା । ଫଳରେ ରାଜ୍ୟର ସ୍କୁଲମାନଙ୍କରେ କମ୍ପ୍ୟୁଟର ଶିକ୍ଷା ବନ୍ଦ ହୋଇଯାଇଥିଲା ଏବଂ ପାଖାପାଖି ୪ ହଜାର କମ୍ପ୍ୟୁଟର ସଂଯୋଜକ ସେମାନଙ୍କର ଜୀବିକା ହରାଇ ବେକାର ହୋଇଯାଇଥିଲେ । ସରକାର ଖୁବ୍ ଶୀଘ୍ର ସ୍କୁଲ iCT-Labରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ଏବଂ ଲ୍ୟାବ୍ ରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବେ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ପୂର୍ବରୁ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ସଂଯୋଜକଙ୍କୁ ସରକାର ନିଯୁକ୍ତି ଦେବେ କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ ।

   Related Posts