ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଛଟେଇ କମ୍ପ୍ୟୁଟର ଶିକ୍ଷକ

Published By : Prameya-News7 Bureau | June 29, 2021 IST

ଭଦ୍ରକ ୨୯।୬: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଃ ନିଯୁକ୍ତି ଦାବି କରି କମ୍ପ୍ୟୁଟର ଶିକ୍ଷକଙ୍କ ପ୍ରତିବାଦ। ଭଦ୍ରକ ଜିଲ୍ଲାର ଛଟେଇ ହୋଇଥିବା ୧୭୪ଜଣ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରୁଛନ୍ତି । ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ବୃଦ୍ଧି ନେଇ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା କରାଗଲା।

{"id":473137,"width":749,"height":412,"sizeSlug":"large","linkDestination":"none"}

୨୦୧୪ ମସିହାରେ କୋଟି କୋଟି ଟଙ୍କା ବ୍ୟୟରେ କମ୍ପ୍ୟୁଟର ସହ ବହୁ ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଇଥିଲା ପ୍ରତ୍ୟେକ ବିଦ୍ୟାଳୟକୁ । ପିଲାମାନେ ମଧ୍ୟ କମ୍ପ୍ୟୁଟର ଜ୍ଞାନ ଆହରଣ କଲେ । ହେଲେ ହଠାତ ୨୦୧୯ ମାର୍ଚ୍ଚ ମାସରେ କମ୍ପ୍ୟୁଟର ଶିକ୍ଷାକୁ ରାଜ୍ୟ ସରକାର ବନ୍ଦ କରିଦେଲେ । ଯାହା ଫଳରେ ଗତ ଦୁଇ ବର୍ଷ ଧରି ଏହି ଭଦ୍ରକ ୧୭୪ ଜଣ ଓ ସମଗ୍ର ରାଜ୍ୟରେ ୪ ହଜାର କମ୍ପ୍ୟୁଟର ଚାକିରୀରୁ ଛଟେଇ ହୋଇ ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ଏପରିକି ବିଦ୍ୟାଳୟମାନଙ୍କରେ କୋଟି କୋଟି ଟଙ୍କାରେ କମ୍ପ୍ୟୁଟର ସବୁ ଖତ ଖାଉଛି । ଏଣୁ ଆଜି ଏହି ଶିକ୍ଷକମାନେ ପୁନଃ ନିଯୁକ୍ତି ଦାବି କରି ଧାରଣା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.