ଭିଜିଲାନ୍ସ ଜାଲରେ କମ୍ପ୍ୟୁଟର ପ୍ରୋଗ୍ରାମର, ବିବାହ ପ୍ରମାଣପତ୍ର ପାଇଁ ନେଉଥିଲେ ୨୫୦୦ ଟଙ୍କା ଲାଞ୍ଚ

Published By : Prameya-News7 Bureau | November 09, 2020 IST

ବ୍ରହ୍ମପୁର, ୦୯୧୧: ଭିଜିଲାନ୍ସ ଜାଲରେ ଗୋପାଳପୁର ଏନଏସି  କମ୍ପ୍ୟୁଟର ପ୍ରୋଗ୍ରାମର । ବାହାଘର ପ୍ରମାଣ ପତ୍ର ପାଇଁ ୨୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ   କମ୍ପ୍ୟୁଟର ପ୍ରୋଗ୍ରାମରଙ୍କୁ ଗିରଫ କରିଛି।ଗିରଫ ପ୍ରୋଗ୍ରାମର ହେଲେ ପ୍ରିୟରଞନ ମହାରଣା ।

ସୂଚନାନୁସାରେ, ପ୍ରିୟରଞ୍ଜନ ମହାରଣା ଏକ ବିବାହ ପ୍ରମାଣ ପତ୍ର କରାଇ ଦେବାକୁ ପ୍ରଫୁଲ୍ଲ ଚନ୍ଦ୍ର ଦାସନାମକ ଜଣେ ବ୍ୟକ୍ତିଙ୍କଠାରୁ ୨୫୦୦ ଟଙ୍କା ମାଗିଥିଲେ । ଏନେଇ ପ୍ରଫୁଲ୍ଲ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ, ପ୍ରଫୁଲ୍ଲ ପ୍ରିୟରଞ୍ଜନଙ୍କୁ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଚଢଉ କରିଥିଲା । ଏହାସହ ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍ ।

ଏହାସହ ଭିଜିଲାନ୍ସ ପ୍ରିୟରଞ୍ଜନଙ୍କ ଗୋପାଳପୁରଠାରେ ଥିବା ଭଡାଘର ଓ କାର୍ଯ୍ୟାଳୟରେ ମଧ୍ୟ ଚଢଉ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.